ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଆଲୋଚନା ଚକ୍ର ସହ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ କଳାହାଣ୍ଡି,ସ୍ୱେଚ୍ଛା ସେବୀ ସଂଗଠନ ସାଇଟସେଭର ଏବଂ ଲେପ୍ରା ସୋସାଇଟି ମିଳିତ ସହଯୋଗ ରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ଙ୍କୁ ନେଇ ଆଜି ଏକ ଆଲୋଚନା ଚକ୍ର ଏବଂ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୭୦ଜଣ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ୫୨ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୫ଜଣ ଙ୍କୁ ଚଷମା ପ୍ରଦାନ କରିବା ସହ ୫ଜଣ ଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ପରାମର୍ଶ ଦିଆଯାଇଥିଲା ।ଲେପ୍ରା ସୋସାଇଟି ଦ୍ୱାରା ଚକ୍ଷୁ ପରୀକ୍ଷା ଏବଂ ଚଷମା ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବିଭିନ୍ନ ଯୋଜନା ଏବଂ ଭିନ୍ନକ୍ଷମ ଅଧିନିୟମ ୨୦୧୬ବିଷୟରେ ବିଷଦ ଆଲୋଚନା ହୋଇଥିଲା ।୨୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ୟୁଡିଆଇଡି ସାର୍ଟିଫିକେଟ ପାଇଁ ମେଡିକାଲ ବୋର୍ଡ ନିକଟକୁ ଯିବା ପାଇଁ ପରାମର୍ଶ ଦିଆ ଯାଇଛି ।ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ନେଇ ସ୍ୱଂୟ ସହାୟକ ଗୋଷ୍ଠି ଗଠନ,ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିବାହ ପ୍ରୋତ୍ସାହନ ରାଶିମଞ୍ଜୁର ,ବାଣୀଶ୍ରୀ ବୃତ୍ତୀ,ବିବିଏସଏ,ବୃତ୍ତି ଭଳି ଯୋଜନା ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବୋରପଦର ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ସୁବାଷ ସାହୁ,ଜିଲ୍ଲା ପରିଷଦ ସଭ୍ୟ ତାହା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ସଭାପତି ଶ୍ରୀ ସୁରେଶ ଚୌଧୁରୀ ସାଇଟସେଭର ପ୍ରିୟବ୍ରତ ପାଢ଼ୀ, କରିସ୍ମା ଦେବୀ ,ଲେପ୍ରା ସୋସାଇଟି- ଆକାଶ କୁମାର ସିଂ,ମନୋଜ କୁମାର ପରିଡା,କିନୁ ଚରଣ ଭର୍ତ୍ତିଆ, ପିଇଓ ବୋରପଦର-ପରମାନନ୍ଦ ମାଝୀ, ଜିଆରଏସ-କ୍ଷମାନିଧି ସାହୁ,ସେଲସ ମେନ -ବିକ୍ରମ ସାହୁ, ଦିବ୍ୟା ଙ୍ଗ ମଞ୍ଚ କୋଷାଧ୍ୟକ୍ଷ ରୋମାଞ୍ଚଳ ସାହୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ