ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ୨୦୨୨ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ବ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ୨୫,୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨,୮୦୭ କୋଟି ଟଙ୍କା ରହିଛି । ସେହିପରି ଆଇଜିଏସଟି ସଂଗ୍ରହ ପରିମାଣ ୭୯,୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧,୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦,୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି । ଜିଏସଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ । ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି । ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ବ ୩,୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ । ଅନ୍ୟପଟେ ସରକାର ସିଜିଏସଟି ବାବଦରେ ୩୨,୩୬୫ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୬,୭୭୪ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ କରିବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ଏବଂ ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ସିଜିଏସଟି ପାଇଁ ୫୮,୧୧୬ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୯,୫୮୧ କୋଟି ଟଙ୍କା ରହିଛି । ଗତବର୍ଷ ଜୁଲାଇ ମାସରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ୍ ଜୁଲାଇ ୨୦୨୨ରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି । ଏହି ମାସରେ, ବସ୍ତୁ ଆମଦାନୀରୁ ସଂଗୃହିତ ଜିଏସଟି ଗତବର୍ଷ ସମାନ ମାସ ତୁଳନାରେ ୪୮% ଅଧିକ ରହିଛି । ସେହିପରି ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ବ ପୂର୍ବବର୍ଷର ସମାନ ମାସ ତୁଳନାରେ ୨୨% ଅଧିକ ରହିଛି । ଲଗାତାର ପାଞ୍ଚ ମାସ ଧରି, ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି, ଯାହାକି ପ୍ରତିମାସରେ ଜିଏସଟି ସଂଗ୍ରହରେ ସ୍ଥିର ଅଭିବୃଦ୍ଧିକୁ ସୂଚାଉଛି । ଜୁଲାଇ ୨୦୨୨ରେ ଜିଏସଟି ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୩୫% ଅଧିକ ରହିଛି ଏବଂ ଏହା ଅତ୍ୟୁଚ୍ଚ ଅଭିବୃଦ୍ଧିର ସଙ୍କେତ ଦେଉଛି । ଉନ୍ନତ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଅତୀତରେ ଜିଏସଟି ପରିଷଦ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସ୍ପଷ୍ଟ ପ୍ରଭାବ ରାଜସ୍ବ ସଂଗ୍ରହରେ ଦେଖିବାକୁ ମିଳିଛି । ଉନ୍ନତ ରିପୋର୍ଟିଂ କାରଣରୁ ଆର୍ଥିକ ସୁଧାର ଗତିଶୀଳ ହୋଇଛି ଏବଂ ନିୟମିତ ହାରରେ ଜିଏସଟି ରାଜସ୍ବ ସଂଗ୍ରହ ବୃଦ୍ଧି ପାଉଛି । ଜୁନ ୨୦୨୨ରେ ୭.୪୫ କୋଟି ଇ-ୱେବିଲ୍ ପ୍ରସ୍ତୁତ ହୋଇଥିଲା ଯାହାକି ମେ ୨୦୨୨ରେ ପ୍ରସ୍ତୁତ ୭.୩୬ କୋଟି ଇ-ୱେବିଲ୍ ତୁଳନାରେ ଅଧିକ । ନିମ୍ନରେ ଦିଆଯାଇଥିବା ତାଲିକାରେ ମାସିକ ଜିଏସଟି ରାଜସ୍ବ ସଂଗ୍ରହରେ ବର୍ଦ୍ଧିତ ଧାରା ପ୍ରଦର୍ଶିତ ହୋଇଛି । ଜୁଲାଇ ୨୦୨୧ ତୁଳନାରେ ଜୁଲାଇ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ସଂଗ୍ରହର ତୁଳନାତ୍ମକ ବିବରଣୀ ନିମ୍ନରେ ଦିଆଯାଇଥିବା ସାରଣୀରେ ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ