ପଂଚମ ଶ୍ରାଦ୍ଧ ଦିବସ ଅବସରରେ ସ୍ମୃତିସମାରୋହ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ସ୍ୱାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ଦେଶ ଗଠନରେ ପୁରୁଷୋତ୍ତମ ନାୟକଙ୍କ ବଳିଷ୍ଠ ଅବଦାନ ଥିଲା । ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁରୁଷୋତ୍ତମବାବୁ କେନ୍ଦ୍ରାପଡା ଅଚଂଳରେ ସ୍ୱାଧୀନତା ଆନ୍ଦୋଳନକୁ ବ୍ୟାପକ କରାଇଥିଲେ । ସ୍ୱାଧୀନତା ପରବର୍ତ୍ତୀ କାଳରେ ନିଜ ଅଚଂଳର ବିକାଶ ଏବଂ ଗାନ୍ଧି ଆଦର୍ଶର ପ୍ରଚାର ପ୍ରସାର କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କେନ୍ଦ୍ରାପଡାବାସୀ ତାଙ୍କୁ ନେଇ ଗର୍ବିତ ଥିଲେ ଏବଂ ଉତ୍ତର ପିଢୀ ପାଇଁ ସେ ପ୍ରେରଣାରଉତ୍ସ ହୋଇ ରହିବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା  ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ପ୍ରାକ୍ତନ ସଭାପତି ସୂର୍ଗତ ପୁରୁଷୋତ୍ତମ ନାୟକଙ୍କ ୫ମ ପୂଣ୍ୟ ତିଥିରେ ଜନଚେତନା ଭବନରେ ଅନୁଷ୍ଠିତ ସ୍ମୃତିସମାରୋହରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତପୋଷଣ କରିଛନ୍ତି । ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସମାରୋହରେ ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା,ଅଜୟ କୁମାର ସାମଲ,ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି,ଶିକ୍ଷାବିତ ଡଃ.ବାସୁଦେବ ଦାସ,ବର୍ଷିୟାନ ଶିକ୍ଷାବିତ ଇଶ୍ୱର ଚନ୍ଦ୍ର ସାହୁ,ସମାଜସେବୀ ଗୋପାଳ ଚନ୍ଦ୍ର ମାହାଲିକ,ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ,ଚିତ୍ତରଞ୍ଜନ ମଲ୍ଲିକ,କରୁଣାକର ଦାସ,ବିଚିତ୍ରାନନ୍ଦ ନାୟକ,କ୍ଷେତ୍ରବାସୀ ସାହୁ,ପଦ୍ମନାଭ ଦାସ,ବିଜୟକେତନ ମିଶ୍ର,ମରୁତ ସ୍ୱାଇଁ,ଅଭିମନ୍ୟୁ ନାୟକ,ଅମୀୟ ନାୟକ ପ୍ରମୁଖ ଯୋଗଦେଇ ସୂର୍ଗତ ସଂଗ୍ରାମୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂର୍ଗତ ସଂଗ୍ରାମୀଙ୍କ ଜୟନ୍ତୀ ପାଳନ ଅବସରରେ ସ୍ମରଣିକା ପ୍ରକାଶନ ନିମନ୍ତେ ଏହି ଅବସରରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସେହିପରି କେନ୍ଦ୍ରାପଡା କଲେଜ ଛକ ଠାରୁ ଡେରାବିଶ ବ୍ଲକ ଦେଇ ଯାଇଥିବା ରାସ୍ତାକୁ ପୁରୁଷୋତ୍ତମ ନାୟକ ମାର୍ଗରେ ନାମିତ କରାଯିବା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥିର କରାଯାଇଥିଲା । ପ୍ରାରମ୍ଭରେ ସୂର୍ଗତ ସଂଗ୍ରାମୀଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ