ଜିଲ୍ଲାପାଳ ଓ ଏସପିଙ୍କ ହାତରେ ରାକ୍ଷୀ ବାନ୍ଧି ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପାଳିଲେ ରକ୍ଷା ବନ୍ଧନ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁର ଡାକବଙ୍ଗଳା ଛକସ୍ଥିତ କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତିି । ଆମର ଐତିହ୍ୟ ଓ ପରମ୍ପରାକୁ ଉଦଜିବିତ ରଖିବା ପାଇଁ ସ୍କୁଲର ପ୍ରିୟଙ୍କା ପ୍ରିୟଦର୍ଶିନୀ, ଆଦ୍ୟାଶା ଦାଶ, ଦିବ୍ୟାଶା ଦାଶ, ହରଶ୍ରିତା ଦାଶ, ସାୟେଦା ସାଫିଆ ଆଫ୍ରୋଜ, ସାଇ ଲିପ୍ସା ସାହୁ, ଦିବ୍ୟଶ୍ରୀ ଦେବତା ପ୍ରମୁଖ କୁନି କୁନି ଛାତ୍ରୀମାନେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କରଙ୍କ ମୁଣ୍ଡରେ ଚନ୍ଦନ, ସିନ୍ଦୁର ଓ ଅକ୍ଷତ ଲଗାଇ ଉଭୟଙ୍କ ହାତରେ ନିଜେ ତିଆରି କରିଥିବା ରାକ୍ଷୀକୁ ବାନ୍ଧି ଦେଇ ସେମାନଙ୍କୁ ବନ୍ଦାପନା କରିଥିଲେ । ସେହିଭଳି ସ୍କୁଲର ଛାତ୍ରମାନଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧି ଥିଲେ ଛାତ୍ରୀମାନେ । ପ୍ରତିବଦଳରେ ଛାତ୍ରମାନେ ସେମାନଙ୍କୁ ସୁରକ୍ଷାର ପ୍ରତିଶୃତି ଦେଇଥିଲେ । ଏଥିସହିତ ସ୍କୁଲର ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ସଦର ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ହାତରେ ପରମ୍ପରା ଅନୁଯାୟୀ ରାକ୍ଷୀ ବାନ୍ଧି ଥିଲେ । ସଦର ଥାନା ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଚକୋଲେଟ ଦେଇ ଧନ୍ୟବାଦ ଜଣାଇଥିଲେ । ଆଧୁନିକ ସମାଜରେ ଆମ ଓଡିଶାର ପାରମ୍ପରିକ ପ୍ରଥା ଧିରେ ଧିରେ ଲୋପ ପାଇବାକୁ ବସିଥିବା ବେଳେ ସ୍କୁଲର ପିଲାମାନଙ୍କ ମଧ୍ୟରେ ପରମ୍ପରାକୁ ବଜାୟ ରଖିବାକୁ ଏଭଳି ଏକ ପ୍ରୟାସ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରିନୁ ମହାନ୍ତି, ଚିନ୍ମୟୀ ଦାଶ, ଶୁଭଶ୍ରୀ ସୁତାର, ସୁଭଦ୍ରା ନାୟକ, ପ୍ରଭାସିନି ମହାନ୍ତି, ଗାୟତ୍ରୀ ବାରିକ ପ୍ରମୁଖ ପରିଚାଳନା କରିଥିବା ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ