ଜୀବନ ବାଜିରେ ଶ୍ମଶାନ କୁ ଗଲା ଶବ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଶୋକାକୁଳ ପରିବେଶ ,କାନ୍ଦ ବୋବାଳ ରେ ଉଠିଲା ଶବ।ଶ୍ମଶାନ କୁ ଯିବ।ଏଣେ ତୁହା କୁ ତୁହା ବର୍ଷା ରେ ଫୁଲି ଉଠିଛି ଗାଁ ପାଖ ନାଳ।ଦୁଇ କୂଳରେ ପାଣି ଭର୍ତ୍ତି।କେମିତି ଶବ ପାର ହେବ ସେ ଚିନ୍ତାରେ ବନ୍ଧୁ ବାନ୍ଧବ ପରିଜନ।ଯେମିତି ହେଲେ ବି ନେବାକୁ ହେବ।ଶ୍ମଶାନ ଯିବାକୁ ଆଉ ବିକଳ୍ପ ରାସ୍ତା ନାହିଁ।ନାଳ ପାର ହୋଇ ଯିବାକୁ ହେବ ନଦୀତଟ।ସେଇଠି ରହିଛି ଶ୍ମଶାନ।ଧୀରେ ଧୀରେ ବର୍ଷା ବଢି ଚାଲିଛି ତା ସାଂଗେ ଖରସ୍ରୋତ।ତଥାପି ନିଜ ଛାତି କୁ ଦମ ଲଗେଇ ବନ୍ଧୁ ବାନ୍ଧବ ପରିଜନ ଶବ ବୋହି ତଣ୍ଟିଏ ପାଣି ନାଲ ପାର ହୋଇଥିବା ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତର ବେହେରାଗୁଡା ଗାଁ ଦେଖିବାକୁ ମିଳିଛି।ଗତ କିଛିଦିନ ତଳେ ଗ୍ରାମର ସନ୍ତ ରଣା ଙ୍କ ମୃତ୍ୟୁ ହୋଇଥିଲା।ତାଙ୍କ ମୃତ ଶରୀର କୁ ଶ୍ମଶାନ ନେବାପାଇଁ କୌଣସି ଉପାୟ ନ ପାଇ ଜୀବନ ସହ ବାଜି ଲଗେଇ ଛାତି ଉଠା ପାଣିରେ ଶବ ବୁହା ହେଉଛି।ସୂଚନାଯେ ଶ୍ମଶାନ ଯିବାକୁ ରାସ୍ତା ଖଣ୍ଡକ ପାଇଁ ଅନେକ ଥର ନେତା ପ୍ରଶାସନ ଙ୍କୁ ଗୁହାରି କରି ଥକି ଗଲେଣି।କେହି ଶୁଣୁ ନ ଥିବା କହନ୍ତି ଗ୍ରାମବାସୀ।ତେବେ ଏହି ଦୃଶ୍ୟ ଆମ ଗଣ ମାଧ୍ୟମ ମାଧ୍ୟମରେ ପ୍ରସାରଣ ପରେ ପ୍ରଶାସନ ଙ୍କ ଆଖି ଖୋଲିବ ନା ଏମିତି ଧୃଷ୍ଟ ରାଷ୍ଟ୍ର ଭାବେ ରହିବେ ଲେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ