ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ କୋଦଳାରେ ପଦଯାତ୍ରା

କୋଦଳା, (ଗୁଲସନ୍ କୁମାର କର): ସ୍ବାଧିନତାର ୭୫ ବର୍ଷ ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରାର ଶୁଭାରମ୍ଭ ହୋଇଛି । କ୍ରାନ୍ତି ଦିବସ ଠାରୁ ସ୍ବାଧିନତା ଦିବସ ପର୍ଯ୍ୟନ୍ତ ଦେଶବ୍ୟାପୀ ଆୟୋଜିତ ସ୍ବାଧିନତା ଗୌରବ ଯାତ୍ରା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର ହୁମ୍ମା ଠାରୁ ଆରମ୍ଭ ହୋଇଥିଲା ବେଳେ ଆଜି କୋଦଳା ଠାରେ ପଦଯାତ୍ରା କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ପଦଯାତ୍ରା । ଏଥିରେ ବେଗୁନିଆପଡ଼ା ବ୍ଳକ କଂଗ୍ରେସ ସଭାପତି ଭଗବାନ ପ୍ରସାଦ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ। ଦଣ୍ଡିଶ୍ୱର ମନ୍ଦିର ପରିସରରୁ ଏହି ପଦଯାତ୍ରା ବାହାରି କୋଦଳା ସହର ପରିକ୍ରମା କରିବା କରିଥିଲା। ଶୋଭାଯାତ୍ରାରେ ସାମିଲ ହେବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତିକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ସମାଲୋଚନା କରିବା ସହ ବେକାରୀ ସମସ୍ୟା ଉପରେ ଉଦବେଗ ପ୍ରକାଶ କରିଥିଲେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା। ଦେଶର ଅର୍ଥନୀତି ନିମ୍ନଗାମୀ ହେଉଥିବା ବେଳେ ପ୍ରମୁଖ ବିରୋଧୀ ନେତାଙ୍କ ଉପରେ ଇଡି ସିବିଆଇ ଲଗାଇ ବିରୋଧୀଙ୍କ ସ୍ବରକୁ ଚାପିଦେବା ପାଇଁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଥିଲେ । ପ୍ରତିଶୋଧ ରାଜନୀତି ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ମତ ରଖିଥିଲା ଦଳ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ