କଂଗ୍ରେସ ପକ୍ଷରୁ ଉତ୍ସର୍ଗୀକୃତ ଗୌରବ ଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ଦେଶ ସ୍ବାଧୀନତାର ୭୫ ବର୍ଷ ଅବସରରେ ନିମାପଡ଼ା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍ସର୍ଗିକୃତ ଗୌରବ ଯାତ୍ରା ଅନୁଷ୍ଠିତ ହୋଇଥିଲା।କଂଗ୍ରେସ ପୁରୀ ଜିଲ୍ଲା ସଭାପତି ପୂର୍ବତନ ମନ୍ତ୍ରୀ ଡ. ରବୀନ୍ଦ୍ର କୁମାର ସେଠୀ,ନିମାପଡା ବ୍ଲକ ସଭାପତି ବିଜୟ ପ୍ରଧାନ, ଅଜୟ ମିଶ୍ର, ଆର୍ତ୍ତତ୍ରାଣ ଦାସ, ବନ ବିହାରୀ ଦାଶ, ରଘୁ ବେହେରା, ଦେବଦତ୍ତ ପାତ୍ର, ପିଣ୍ଟୁ ପାତ୍ର, ଅଜୟ ବାରିକ, ଅଜୟ ମିଶ୍ର, ରାମ ଚନ୍ଦ୍ର ଜେନା, ମାଙ୍ଗି ଖାନ, ଏସ କେ କଲିମୁଦିନ, ଲୁଲୁ ସ୍ବାଇଁ, ହରି ହର ବେହେରା, ବିଜୟ ମଳିକ ଙ୍କ ନେତୃତ୍ଵ ରେ ତୁଳସୀପୁର,ବାହାରେଣା, ଭୋଦର, କଳାପାଞ୍ଚଣ, ଛଣିଜଙ୍ଗ ପ୍ରଭୃତି ପଞ୍ଚାୟତ ର କଂଗ୍ରେସ କର୍ମୀ ମାନେ ଆଳୁଦଣ୍ଡାପାଟଣା ର ସାଇ ମନ୍ଦିର ଠାରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ରେ ତୁଳସୀପୁର ର କନକ ଦୂର୍ଗା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଭାରତ ମାତା କି ଜୟ, ବନ୍ଦେ ମାତରଂ ଧ୍ଵନୀ ଦେଇ କଂଗ୍ରେସ କର୍ମୀ ମାନେ ତ୍ରିରଙ୍ଗା ପତାକା ଉଡ଼ାଇ ପଦଯାତ୍ରା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ