ମୋ ଦେଶ ମୋ ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସହିଦ ସ୍ମୃତି ସଂସଦ ପକ୍ଷରୁ ମୋ ଦେଶ ମୋ ସ୍ବାଭିମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୭୯ ଟି ଅନୁଷ୍ଠାନ ପକ୍ଷରୁ ଯୋଗଦେଇଥିବା ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ପ୍ରବଳ ବର୍ଷା ସତ୍ବେ ଏକ ବିଶାଳ ପଦଯାତ୍ରା ରେ ତ୍ରିରଙ୍ଗା ପତାକା ଧରି ମୋ ଦେଶ ମୋ ସ୍ବାଭିମାନ ନାରା ଦେଇ ନିମାପଡ଼ା ବଜାର ପରିକ୍ରମା କରିଥିଲେ। ପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ଅଧ୍ୟାପକ ଜଗତ୍ ପ୍ରସାଦ ସାବୁତ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ସ୍ବାଧୀନତା ସଂଗ୍ରାମୀ ସୋମନାଥ ପାତ୍ର,ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ,ଜଗସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ,ଗୃହ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ,ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନୁଲତା ମଲ୍ଲିକ,ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇଥିବା ନିମାପଡ଼ା,ଗୋପ, କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ମହାନ ସ୍ବାଧିନତା ସଂଗ୍ରାମୀ ମାନଙ୍କ ଦେଶପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ।ବରିଷ୍ଠ ସ୍ବାଧିନତା ସଂଗ୍ରାମୀ ସୋମନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଚାରିଗୋଟି ବ୍ଲକର ମାଟ୍ରିକ ଏ ୧ ଓ +୨ କଳା,ବାଣିଜ୍ୟ ଓ ବିଜ୍ଞାନରେ ଟପ୍ପର ହୋଇଥିବା ପ୍ରାୟ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୬୫ ଜଣ ଛାତ୍ରଛାତ୍ରୀଙ୍କୁ ସହିଦ୍ ସ୍ମୃତି ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବେଣୁଧର ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ତ୍ରିଲୋଚନ କର,ଅଶୋକ ସାହୁ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ