ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ଜାତୀୟ ସଂହତି ଓ ଏକତା ଆଜିର ଆହ୍ୱାନ ଉପରେ ଆଲୋଚନା ଚକ୍ର

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ଆଜାଦୀକା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଜାତୀୟ ସଂହତି ଓ ଏକତା ଆଜିର ଆହ୍ୱାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଏଥିରେ ମୂଖ୍ୟ ଅତିଥି ଭାବରେ ପିଏ ଆଇ ଟି ଡିଏ ତଥା ସାହିତ୍ୟିକ ବୀରେନ୍ଦ୍ର କୁମାର ଦାସ ଯୋଗ ଦେଇ ଜାତୀୟ ସଂହତି ଓ ଏକତା ଆଜିର ଆହ୍ୱାନ ଉପରେ ଆଲୋକପାତ କରିଥିଲେ।ସେହିପରି ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ମିଳିତ ନାଗରିକ ମଞ୍ଚର ସଭାପତି ଡ଼ଃ ଅରୁପ କୁମାର ଜେନା ଯୋଗ ଦେଇ ଏତେ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କ ମଧ୍ୟରେ ଏକ ଜାତୀୟ ସଂହତିର ଏକତା ବଜାୟ ରଖିବାକୁ ହେଲେ ଆମ ମଧ୍ୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ ମନୋଭାଵ, ମିଳିତ ସହଯୋଗ ଓ ଏକତା ନିହାତି ଆବଶ୍ୟକ,ତେବେ ଯାଇ ଆମ ରାଜ୍ୟ ଆମ ଦେଶ ଆଗକୁ ଅଗ୍ରସର କରି ପାରିବ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରାଧ୍ୟାପିକା ଯୋତିର୍ମୟୀ କଁହର ଉପସ୍ଥିତ ରହି ଦେଶ ଆଜାଦ ପାଇଁ କିପରି ସମେସ୍ତେ ଏକଜୁଟ ହୋଇ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ ଵିଶେଷ କରି ନାରୀନେତ୍ରୀ ମାନଙ୍କ ଏକତା ତାରି ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ ଯୋଗ ଦେଇ ଆମଦେଶରେ ୧୩୦ କୋଟିରୁ ଉର୍ଦ୍ଧ୍ଵ ଜନତା ମଧ୍ୟରେ ବିଭିନ୍ନ ଭାଷା ଭାଷୀର ଲୋକ ବସବାସ କରୁଥିଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକତା ହେଉଛି ଆମର ଜାତୀୟ ପ୍ରତୀକ ଓ ଏକତାର ପରିଚୟ ।ବିଶିଷ୍ଠ ସାହିତ୍ୟିକ ତଥା ସାମ୍ବାଦିକ କାହ୍ନୁ ଶତପଥୀ ଜାତୀୟ ସଂହତି ଓ ଏକତାର ଉର୍ଣ୍ଣତି କିପରି ହୋଇପାରିବ ତା ଉପରେ ଆଲୋକପାତ କରିଥିଲେ। ସେହିପରି ପ୍ରେସ କ୍ଲବର ଉପସଭାପତି ସତ୍ୟ ନାରାୟଣ ବେହେରା ଯୋଗ ଦେଇ ସ୍ୱାଧୀନତା ଦିବସ ପ୍ରତ୍ୟେକ ବିଦ୍ୟାଳୟ ମହାବିଦ୍ୟାଳୟ ରେ ପାଲିତ ହୋଇ ପତାକା ଉତ୍ତୋଳନ ହେଉଥିବାର ସମସ୍ତେ ଦେଖୁଥିଲେ କିନ୍ତୁ ଆଜି ଘରେ ଘରେ ଏହି ପତାକା ଉତ୍ତୋଳନ ହେଉଛି ତାହାବି ଗୋଟିଦିନ ନୁହେଁ ତିନି ଦିନ ଧରି ଉଡିବ ସେ ନେଇ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଦୁଷ୍ମନ୍ତ ମାର୍ଥା ଯୋଗ ଦେଇ ଜାତୀୟ ସଂହତି ଓ ଏକତାର ମୂଳ ଲକ୍ଷ ଓ ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରେସ କ୍ଳବର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମିଳିତ ନାଗରିକ ମଞ୍ଚର ସମସ୍ତ ସଦସ୍ୟଙ୍କ ସହ ପ୍ରେସ କ୍ଳବର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ଅଶୋକ ମହାନ୍ତି, ଶିବାନନ୍ଦ ପଟ୍ଟନାୟକ, ସୁଜିତ ବେହେରା, ଜୟ ସେନ ପରିଡ଼ା,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଡ଼ଃ. ସୁର୍ଯ୍ୟ ନାରାୟଣ ବେହେରା,ଶିଵ ରାମ ନାୟକ,ପ୍ରଶାନ୍ତ ପଣ୍ଡା, ବ୍ରଜ ମୋହନ ନାୟକ, ପ୍ରଶାନ୍ତ କୁମାର ଜେନା, ଲଷ୍ମୀ ନାରାୟଣ ପଟ୍ଟନାୟକ, ପ୍ରତାପ ଦିଗାଲ,ସନ୍ତୋଷ କୁମାର ବେହେରା,ମୁସ୍କାନ ସୁଆର,ଅଚ୍ୟୁତାନନ୍ଦ ସେଠୀ, ପ୍ରମୂଖ ଉପସ୍ଥିତ ଥିଲେ।ଏହି ଅବସରରେ ଟିମ ହ୍ୟୁମାନିଟି କନ୍ଧମାଳ କୁ ପ୍ରେସ କ୍ଳବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ରେସ କ୍ଲବର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ