ଓଡ଼ିଶା ଆୟୁଷ ନିର୍ଦ୍ଦେଶକଙ୍କୁ ଭେଟିଲା ମେଡିକାଲ କ୍ରିୟାନୁଷ୍ଠାନ କମିଟି

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଗସ୍ତ ଅବସରରେ ଓଡ଼ିଶା ଆୟୁଷ ନିର୍ଦ୍ଦେଶକ ଭୂପେଶ ଚନ୍ଦ୍ର ବେହେରାଙ୍କୁ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧି ଦଳ ତାଙ୍କୁ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ସାକ୍ଷାତ କରି ରେମୁଣାଠାରେ ପ୍ରସ୍ତାବିତ ଆୟୁଷ ହସପିଟାଲ ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି । ହସପିଟାଲ ନିର୍ମାଣ ପାଇଁ ଟେଣ୍ଡର ହୋଇଥିବା ବେଳେ ବାଲେଶ୍ୱର ମୁଖ୍ୟ ହସପିଟାଲ୍‌ରେ ଆୟୁଷର ଏକ ଓ.ପି.ଡି. ଖୋଲିବା, ବାଲେଶ୍ୱରରେ ଏକ ସରକାରୀ ଆୟୁର୍ବେଦିକ୍ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବି ଉପରେ କମିଟି କର୍ମକର୍ତ୍ତାମାନେ ପ୍ରସ୍ତାବ ରଖିଥିଲେ । ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ୍‌ର ନିର୍ମାଣ ପାଇଁ ପ୍ରଶାସନିକ ମଞ୍ଜୁରୀ ମିଳିସାରିଥିବାରୁ ଅବିଳମ୍ବେ ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ବେହେରା ପ୍ରତିନିଧିମାନଙ୍କୁ ଜଣାଇଥିଲେ । ରାଜ୍ୟର ସମସ୍ତ ଜିଲା ଚିକିତ୍ସାଳୟ ଆୟୁଷର ଓ.ପି.ଡି. କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତିି ହୋଇଥିବା ସେ କହିଥିଲେ । ବାଲେଶ୍ୱରରେ ଏକ ସରକାରୀ ଆୟୁର୍ବେଦିକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କ ଦାବି ଉପରେ ସରକାର ନିଷ୍ପତ୍ତି ନେଲେ ଏହା କାର୍ଯ୍ୟକାରୀ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଆୟୁଷ ନିର୍ଦ୍ଦେଶକଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଏହି ପ୍ରତିନିଧି ଦଳରେ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ବରିଷ୍ଠ ସଦସ୍ୟ ଶଚୀନ୍ଦ୍ର ଦାସ, ରବି କୁମାର ପାଣିଗ୍ରାହୀ ଓ ଡା. ପ୍ରଭାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ