ଯୁବ କ୍ଲବ ଉନ୍ନତୀକରଣ ଅଭିଯାନ ଉଦ୍‌ଯାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ନେହେରୁ ଯୁବକେନ୍ଦ୍ର ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଠାରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ୫ଦିନିଆ ଯୁବ କ୍ଲବ ଉନ୍ନତିକରଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ବୁନ୍ଦାବତୀ ଯୁବକ ସଙ୍ଘର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରାତନ ତଥା ସୁପ୍ତ ହୋଇପଡିଥିବା ଯୁବକ ସଙ୍ଘର ଉନ୍ନତିକରଣ, ନୂତନ କ୍ଲବ ଗଠନ, ନେହେରୁ ଯୁବ କେନ୍ଦ୍ର ସହିତ ସଂଯୋଗ, ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ, ସ୍ୱଛତା ଓ ବୃକ୍ଷରୋପଣ ପ୍ରଭୃତି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । କ୍ରୀଡା ଶିକ୍ଷକ ଉତ୍କଳ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟ ଅତିଥି, ପ୍ରାକ୍ତନ ସେନା ଅଧିକାରୀ ଦୁର୍ଗା ପ୍ରସାଦ ସ୍ୱାଇଁ ମୁଖ୍ୟବକ୍ତା, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଗୋଲି ତିରୁପତୀ ରେଡି, ବୃନ୍ଦାବତୀ ଯୁବକ ସଙ୍ଘ ସଭାପତି ଗିରିଶ ପାତ୍ର, ସମ୍ପାଦକ ସ୍ଥିତିପ୍ରଜ୍ଞା ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମ, ସାମ୍ପ୍ରତିକ ସମୟରେ ଯୁବକଙ୍କ ଆବଶ୍ୟକତା ଓ ଆଜାଦିକି ଅମୃତ ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଦୁଇ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶକ୍ତିସ୍ୱରୂପ ସାହୁ, ବିଶ୍ୱଜିତ ଖୁଣ୍ଟିଆ, ଅଜିତ ମହାନ୍ତି, ଜ୍ଞାନ ବେହେରା, ନେହେରୁ ଯୁବକେନ୍ଦ୍ରର ସ୍ୱେଛାସେବୀ ହରପ୍ରିୟା ଦାସ ଓ ରୋଜାଲିନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ