ଦିବ୍ୟଜୀବନ ସଂଘର ଶିବାନନ୍ଦ ଆଶ୍ରମରେ ରାଜ୍ୟପାଳ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ପହଞ୍ଚିବା ପରେ ସେଠାରେ ଆଶ୍ରମ ପକ୍ଷରୁ ତାଙ୍କୁ ଧୂପ, ଦୀପ, ପୁଷ୍ପ ଓ ଶଙ୍ଖ ଧ୍ୱନୀ ସହିତ ସ୍ୱାଗତ କରାଯାଇ ଆଶ୍ରମ ପରିସରକୁ ପାଛୋଟି ନିଆଯାଇଥିଲା । ପ୍ରଥମେ ଆଶ୍ରମରେ ଥିବା ଜଗନ୍ନାଥ ମହାପ୍ରଭୁଙ୍କୁ ରାଜ୍ୟପାଳ ଦର୍ଶନ କରିବା ସହିତ ଶିବାନନ୍ଦଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପାର୍ଘ୍ୟ ଅର୍ପଣ ପରେ ତାଙ୍କୁ ଆଶ୍ରମର ତତ୍ତ୍ୱାବଧାରିକା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ କୁଡିଆକୁ ପାଛୋଟି ନିଆଯାଇଥିଲା । ସେହି କୁଡିଆ ଭିତରେ ରାଜ୍ୟପାଳ ମା’ଙ୍କ ସହିତ ଆଶ୍ରମ ସମ୍ପର୍କରେ ଅଳ୍ପ ସମୟ ଆଲୋଚନା କରିବା ସହ କିଛି କିସମିସ ଓ ପ୍ରସାଦ ଗ୍ରହଣ କରିବା ପରେ ପ୍ରାର୍ଥନା ମଣ୍ଡପକୁ ଆସିଥିଲେ । ପ୍ରାର୍ଥନା ମଣ୍ଡପରେ ରାଜ୍ୟପାଳ ଆଶ୍ରମର ଶ୍ରୀମା’ଙ୍କ ସ୍ୱରଚିତ ଭଜନ ପୁସ୍ତକ “ଦିବ୍ୟ କୌସ୍ତବ”କୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଛ, ମାନପତ୍ର ସହ ରୁଦ୍ରାକ୍ଷ ମାଳା ପ୍ରଦାନ କରିବା ସହ ରାଜ୍ୟପାଳଙ୍କ ଦୀର୍ଘ ଜୀବନ କାମନା କରି ୩ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ । ପରେ ବଳଦେବଜୀଉ ମିଶନ ଶକ୍ତି ମହାସଂଘର ମହିଳାମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଆର୍ôଥକ ବିକାଶ ପାଇଁ ରାଜ୍ୟପାଳ ବିଭିନ୍ନ ପରାମର୍ଶ ଦେଇଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ସହିତ ରାଜ୍ୟପାଳ ଫଟୋ ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହିତ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ନିର୍ମଳା ମହାନ୍ତି, ଲିଲିତା ଦାସ, ରଶ୍ମୀରଞ୍ଜନ ରାଉତ,ରୋସ୍ôନା ସାହୁ, ଭଜକୃଷ୍ଣ ରାଉତ, କୈଳାସ ସେନାପତି, ସ୍ନେହଲତା ପ୍ରଧାନ, ପୁପୁନ ସ୍ୱାଇଁ, ଭାରପ୍ରାପ୍ତ ବିଡିଓ ଅଶୋକ ମହାନ୍ତି,ସଚ୍ଚିକାନ୍ତ ନାଥ, ସରପଞ୍ଚ କୋରୋ ପଞ୍ଚାୟତ ରଞ୍ଜିତ ପ୍ରସାଦ ଜେନା, ପ୍ରଦୀପ୍ତ ମହାନ୍ତି, ଶରତ ବରାଳ, ଅନନ୍ତ ଲେଙ୍କା, ଜ୍ଞାନରଞ୍ଜନ ମହାନ୍ତି, ନଳିନୀକାନ୍ତ ମହାନ୍ତି, ଗଣେଶ ଦାସ, ବିଜୟ ମଲିକ, ରମେଶ ମଲିକ, ଲୋହିତ ମହାନ୍ତି, ନୃସିଂହ ଦାସ, ପୁନମ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ