ବ୍ୟାଙ୍କ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବାଲେଶ୍ଵର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଭାବେ ବିଚିତ୍ରାନନ୍ଦ ସାହୁ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏଠାରେ ଥିବା ପରିଚାଳକ ମାନସ ରଞ୍ଜନ ମହାପାତ୍ରଙ୍କର ଧାମନଗରକୁ ବଦଳି ହେବା ପରେ ସାହୁ ନୂତନ ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶାଖା ଅଧିନ ୧୦ଗୋଟି ସମିତିର ସମ୍ପାଦକ ମାନେ ନୂତନ ଶାଖା ପରିଚାଳକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାସହିତ ସହ ନିବନ୍ଧକ ସତ୍ୟପ୍ରକାଶ ସେଠୀ ଓ ନିର୍ମଳ ଚନ୍ଦ୍ର ସେଠୀଙ୍କୁ ମଧ୍ୟ ସ୍ୱାଗତ ଜଣାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କ ସମେତ ଅନ୍ୟତମ ସମ୍ପାଦକ ରବିନ୍ଦ୍ର ମହାନ୍ତି, ଜୟନ୍ତ ଭୋଇ, ପିନାଖି ଦାସ, ସୌମ୍ୟରଂଜନ ପଣ୍ଡା, ସୁବାଷ ପାତ୍ର, ସନ୍ତୋଷ କୁମାର ଦାସ, ସଞ୍ଜୟ ମଲ୍ଲିକ, ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ