ଗହ୍ମାପୂର୍ଣ୍ଣିମାରେ ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଗୋ-ମାତା ପୂଜନ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସଆରାବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଗୋ-ମାତା ପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତାମାନେ ବାମପଦାସ୍ଥିତ ଗୋଶାଳାରେ ଗୋରୁଗାଈଙ୍କ ଶିଙ୍ଘରେ ରାକ୍ଷୀ ବାନ୍ଧିବା ସହ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ସଂଯୁକ୍ତାରାଣୀ ବେହେରା ଏଥିରେ ଯୋଗଦେଇ ଗୋ-ପୂଜନ ସହ ରକ୍ଷୀ ବାନ୍ଧି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଗହ୍ମାପୂର୍ଣ୍ଣିମାରେ ଗୋମାତା ପୂଜନର ଯଥାର୍ଥତା ସମ୍ପର୍କରେ ସେ ସମସ୍ତଙ୍କୁ ବୁଝାଇଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଜଳଧର ମହାନ୍ତି, ରଣଜିତ ପୃଷ୍ଟି, ଜ୍ୟୋତି ପ୍ରକାଶ ସେଠୀ ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ