ଛତ୍ରପୁର ରେ ବିଶ୍ଵ ଅଙ୍ଗ ଦାନ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସହରର ପ୍ରତିଭା ଆବାସିକ ମହାବିଦ୍ୟାଳୟ ଓ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନର ମିଳିତ ଆନୁକୁଲ୍ୟରେ ବିଶ୍ଵ ଅଙ୍ଗ ଦାନ ଦିବସ ପାଳନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଯାଇଅଛି ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାରୱାଡ଼ି ମହିଳା ସମ୍ମିଳନ ସଭାନେତ୍ରୀ ସୀମା ଚୌଧୁରୀ ଅଙ୍ଗ ଦାନ ଦିବସ ର ଲକ୍ଷ୍ୟ ଓ ମହତ୍ତ୍ଵ ଉପରେ ବୁଝାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ଏଥି ନିମିତ୍ତ ବ୍ୟାପକ ସଚେତନତା ପାଇଁ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ ।ସାମାଜିକ କର୍ମୀ ଅରୁଣ ଶତପଥୀ ଅଙ୍ଗ ଦାନ ଜୀବନଦାନ ଓ ମହତ ଦାନ ଏ ସମ୍ପର୍କରେ ସଚେତନତା କରିଥିଲେ ।ଛାତ୍ରଛାତ୍ରୀ ମାନେ ଗ୍ରୀନ ରିବନ୍ ପରିଧାନ କରି ଅତିଥି ମାନଙ୍କ ଠାରୁ ବିଭିନ୍ନ ପ୍ରଶ୍ନ ର ଉତ୍ତର ପଚାରି ବୁଝିଥିଲେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ