ନୃସିଂହ ଟିକିରି ମଠରେ ଝୁଲଣ ଯାତ୍ରା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ନୃସିଂହ ଟିକିରି ମଠରେ ଝୁଲଣଯାତ୍ରା ସମାପନ ହୋଇଯାଇଛି । ଗତ ୮ତାରିଖରୁ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣୀମାରେ ସମାପନ ହୋଇଛି । ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସହିତ କୃଷ୍ଣକଥା ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ଝୁଲଣ ଦର୍ଶନ ନିମନ୍ତେ ଆଖପାଖ ଅଞ୍ଚଳର ଗ୍ରାମ ଗୁଡିକରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥିଲା । ମଠାଧୀଶ ବାବାଜୀ ହୃଷିକେଶ ଦାସ ମହାରାଜଙ୍କ ସମେତ ଅନ୍ତେବାସୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ