ନାଉଗାଁ ଫେଷ୍ଟିଭାଲ-୨୦୧୯ ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ, : ନାଉଗାଁ ଅଂଚଳବାସୀଙ୍କ ସ୍ୱାଭିମାନ ପାଇଁ ନାଉଗାଁ ସ୍ୱାଭିମାନ ପରିଷଦ ଗଠିତ ହୋଇଛି ।ଏହି ପରିଷଦ ଆନୁକୁଲ୍ୟରେ ନାଉଗାଁ ଫେଷ୍ଟିଭାଲ-୨୦୧୯ ପାଇଁ ଅନୁଷ୍ଠାନର ସଭାପତି ଚୈଧୁରୀ ସତ୍ୟ ଦାସଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମଣିକର୍ଣ୍ଣିକା ଘାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ୨୭, ୨୮ ଓ ୨୯ ତାରିଖରେ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି । ମାଳିକା ବର୍ଣ୍ଣିତ ମଣିକର୍ଣ୍ଣିକା ଘାଟର ପୂର୍ଣ୍ଣଧାର ଓ ନାଉଗାଁ ଅଂଚଳରେ କଳା,ସଂସ୍କୃତି ଓ ଭାଇଚାରା ବଜାୟ ରଖିବା ପାଇଁ ଏହି ଉତ୍ସବର ମୁଖ୍ୟ ଆଭିମୁଖ୍ୟ ରହିବ ବୋଲି ସମ୍ପାଦକ ମନୋରଞ୍ଜନ ଦାସ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଥକ,ଭାରତନାଟ୍ୟମ ଲୋକନୃତ୍ୟ ସହିତ ସମ୍ବଲପୁରୀ, ଓଡିଶୀ ଓ ଓଡିଶାର ବିଭିନ୍ନ ଅଂଚଳର କଳାକାରଙ୍କୁ ନେଇ ପ୍ରତ୍ୟେହ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ । ଏହାସହିତ ଓଡିଶାର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ସାଧାରଣ ସଭାର ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଅଛି ।ଏହି ବୈଠକରେ ଅନୁଷ୍ଠାନର ଉପସଭାପତି ସ୍ମୃତିରଞ୍ଜନ ବେହୁରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସିଦ୍ଧେଶ୍ୱର ବାରିକ, ଭାଗ୍ୟଧର ବେହୁରା, ସୁକାନ୍ତ କୁମାର ଲେଙ୍କା,ସମ୍ପାଦକ ମନୋଜ ନାୟକ, ଅଭିମନ୍ୟୁ ସାହୁ, ତ୍ରିନାଥ ପରିଜା, ଦେବଜ୍ୟୋତି ମହାନ୍ତି, ସୁନିଲ ମାଟିଆ, ଅକ୍ଷୟ ରାଉତ,ସୌମ୍ୟସଞ୍ଜିବ୍ ଦାସ, ପ୍ରଦୋଶ ମହାନ୍ତି, ସରୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ