ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଦିନକୁ ଦିନ ବୃକ୍ଷଶୂନ୍ୟ ହେବାକୁ ଲାଗିଛି । ରାଜଧାନୀ ଭୁବନେଶ୍ୱର ଭାରତର ଦ୍ୱିତୀୟ ଉତ୍ତପ୍ତ ସହର ରୂପେ ପରିଗଣିତ ହେଉଥିବା ବେଳେ ରାଜଧାନୀକୁ ଉତ୍ତପ୍ତ ସହରରୁ ମୁକ୍ତ କରିବା ଓ ସୁସ୍ଥ ପରିବେଶ ପାଇଁ ଅଣ୍ଟା ଭିଡ଼ିଛି ସାମାଜିକ ଅନୁଷ୍ଠାନ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା।ଝାରପଡ଼ାସ୍ଥିତ ଜଗନ୍ନାଥ ନଗରର ସହାୟ ଆଭିନ୍ୟୁରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଭୁବନେଶ୍ୱର ଶାଖା ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍ଥାର ରାଷ୍ଟ୍ରୀୟ ସମ୍ପାଦକ ଡ. ବିପିନ ମିଶ୍ର ଓ ରାଜ୍ୟ ସମ୍ପାଦକ ଲାୟନ ଇଂ ବିପିନ ବିହାରୀ ନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ ବାଳକୃଷ୍ଣ ରାଉତ, ଭୁବନେଶ୍ୱର ସଭାପତି ଦ୍ୱାରିକାନାଥ ଶତପଥୀ, ଯୁଗ୍ମ ସମ୍ପାଦକ ବିଶ୍ୱଜିତ କାନୁନଗୋ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ସହାୟ ଆଭିନ୍ୟୁ ସୋସାଇଟି ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟ, ସନ୍ଦୀପ ସାହୁ, ବିଭୂତି ଭୂଷଣ ଆଚାର୍ଯ୍ୟ, ବିଭା ଗୈବେ, ନମିତା ନନ୍ଦ ଓ ଅନ୍ୟମାନେ ଯୋଗ ଦେଇଥିଲେ । ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ ୨୦୨୨ ମସିହା ଶେଷ ସୁଦ୍ଧା ବିଶ୍ୱର ଅନେକ ସହର, ଭାରତବର୍ଷର ବମ୍ବେ, କୋଚି ଓ ଓଡ଼ିଶାର ପାରାଦ୍ୱୀପ ଆଦି ୫ ଫୁଟ୍ ପାଣି ଭିତରେ ରହିବ ବୋଲି ପରିବେଶ ବିଜ୍ଞାନୀମାନେ ମତ ଦେଇଛନ୍ତି । ତେଣୁ ସାମୁଦ୍ରିକ ଝଡ଼ ଓ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଗଛ ହିଁ ଏକ ଅମୋଘ ଅସ୍ତ୍ର ଯାହା ପୃଥିବୀ ତଥା ଜୀବଜଗତକୁ ବଞ୍ଚାଇ ରଖିପାରିବ । ତେଣୁ ବୃକ୍ଷ ରୋପଣ ଓ ବୃକ୍ଷ ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ