ମେଧାବୀ, ଗରିବ, ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କୁ ବିନା ଶୁଳ୍କରେ ପାଠ ପଢାଇ ଡ଼ାକ୍ତର କରିବ ଶ୍ରୀବିନାୟକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରୀ ବିନାୟକ କ୍ଲାସେସର ନିଟ୍‌-୨୨ରେ ସଫଳତା ପାଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସମ୍ବର୍ଦ୍ଧନ ଉତ୍ସବ ପାଳନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ୬୦୦ରୁ ଉର୍ଦ୍ଧ୍ୱ ନମ୍ବର ରଖି ସରକାରୀ ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ବହୁ ଆନନ୍ଦର ସହିତ ଏହି ଉତ୍ସବ ପାଳନ କରିଛନ୍ତି । ସୁଶ୍ରୀ ବୈଷ୍ଣବୀ ଦାସ ୬୫୦ ନମ୍ବର ରଖି ସଫଳତା ପାଇଥିବା ବେଳେ ଆଦ୍ୟାଶା ତ୍ରିପାଠୀ ୬୭୦, ରୁପାଲି ସାହୁ ୬୬୩, ରାଜଲକ୍ଷ୍ମୀ ଦେଓ ୬୫୦ ଓ ଅରୁନ୍ଧତୀ ବେହେରା ୬୨୫ ନମ୍ବର ରଖିଛନ୍ତି । ଅଧ୍ୟାପକ ଦେବଦତ୍ତ ମିଶ୍ର, ଅଧ୍ୟାପିକା ବିଶ୍ୱକାନ୍ତି ସ୍ୱାଇଁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଜ ଛାତ୍ରଛତାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି । ପିଲାମାନଙ୍କୁ ଆମେ ନିଜ ଭାଇ ଭଉଣୀ ଭଳି ଦେଖୁ । ସେମାନଙ୍କ ପାଇଁ କଠିନ ପରିଶ୍ରମ କରି ପିଲାମାନଙ୍କ ପାଠପଢା ସମସ୍ୟାକୁ ଦୂର କରିଥାଉ ଓ ପିଲାମାନେ ମଧ୍ୟ କଠିନ ପରିଶ୍ରମ କରି ଆମ ଅନୁଷ୍ଠାନର ନାମ ଟେକ ରଖିଥିବାରୁ ଆମେ ବହୁତ ଖୁସି ବୋଲି ଅଧ୍ୟାପକ ଦେବୀଦତ୍ତ ମିଶ୍ର କହିଛନ୍ତି । ସବୁଠୁ ଉଲ୍ଲେଖନୀୟ ବିଷୟ ଯେ, ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ କମ୍ ମୂଲ୍ୟରେ ହଷ୍ଟେଲ, ରହିବା ସୁବିଧା ଓ ଖାଦ୍ୟପେୟ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥାଏ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସଞ୍ଜୟ କୁମାର ରାଜ କହିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ମଧ୍ୟ ପିଲାମାନଙ୍କ ପାଠପଢାକୁ ନେଇ ଅନୁଷ୍ଠାନ ଉପରେ ବହୁତ ଖୁସି ଜାହିର କରିଥିବା ବେଳେ ହଷ୍ଟେଲରେ ସବୁପ୍ରକାର ସୁବିଧା ଥିବାରୁ ଅଭିଭାବକମାନେ ସନ୍ତୁଷ୍ଟ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ