ରାଜ୍ୟ ଯୁବ ବିଜେଡ଼ି ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଗସ୍ତ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଆଜି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକ ସିକୁଆଁ, ଗୁରଜୁଙ୍ଗ ଏବଂ ବୋର୍ଡା ପଞ୍ଚାୟତକୁ ରାଜ୍ୟ ଯୁବ ବିଜେଡ଼ି ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଗସ୍ତ କରି ସ୍ଥାନୀୟ ବିଜେଡି କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ସହ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ବିଜେଡିର ଏକ ପ୍ରତିନିଧି ଦଳ ତାଙ୍କୁ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ପ୍ରଦୀପ ଭୋଇଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବୋରଭଟ୍ଟା ସରପଞ୍ଚ ବିବେକ ନାଗ, ବଦ୍ରିନାରାୟଣ ଭୋଇ, ୟସ କୁମାର ପ୍ରଧାନ, ଦୟାନିଧି ଜାନୀ, ବ୍ଳକ ଯୁବ ସଭାପତି ଶୁଶିଲ ସାହୁ, ଗୁରଜୁଙ୍ଗ ପଞ୍ଚାୟତ ସଭାପତି ବେଦ ସାହୁ, ସମାଜସେବୀ ରୋସନଲାଲ ଛତର, ନରେନ୍ଦ୍ର ପ୍ରଧାନ, ପରାମାନନ୍ଦ ଭୋଇ, ଦୟାନିଧି ଜାନୀ, ଲମ୍ବୋଦର ସାହୁ, ଧରଣୀଧର ପ୍ରଧାନ, ଧିରଜ ପ୍ରଧାନ, ଯୁଧିଷ୍ଠିର ଜାଲ ବିଜେଡ଼ି ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ତଥା ଯୁବ ଛାତ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ