ଭାରତ ଭ୍ରମଣ କରୁଥିବା ଦିଲ୍ଲୀପ ଙ୍କୁ ଚାରିଛକ ଠାରେ ସମ୍ୱର୍ଦ୍ଧନା

ନିମାପଡ଼ା, (ସନ୍ତୋଷ ଦାଶ):ସାଇକଲ ଯୋଗେ ସାରା ଭାରତ ଭ୍ରମଣରେ ଆସିଥିବା ଦିଲ୍ଲୀପ ଭରତ ମଲ୍ଲିକ ଙ୍କୁ ନିମାପଡ଼ା ବ୍ଲକ ର ଚାରିଛକ ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।ଗତ ଜାନୁଆରୀ ମାସ ୨୬ ତାରିଖ ଠାରୁ ସୁଦୁର ନାଗପୁର ରୁ ସାଇକଲ ଯୋଗେ ଭାରତ ଭ୍ରମଣ ରେ ବାହାରି ଥିବା ଦିଲ୍ଲୀପ ଭରତ ମଲ୍ଲିକ ଆଜକୁ ୭ମାସ ୫ ଦିନ ହେଲା ପରିଭ୍ରମଣ କରି ଆଜି ଚାରିଛକ ଠାରେ ପହଞ୍ଚିଥିଲେ ।ସେ ପ୍ରାୟ ୩୧ହଜାର ୨୫୦ କିଲୋମିଟର ରାସ୍ତା ସାଇକଲ ଯୋଗେ ପରିଭ୍ରମଣ କରିସାରିଲେଣି ।ଚାରିଛକ ଠାରେ ଚାରିଛକ ପ୍ରେସ କ୍ଲବ୍ ର ସଭାପତି ପ୍ରଫୁଲ୍ଲ କୁମାର କର ,ସମ୍ପାଦକ ବସନ୍ତ ଦାସ ,ପ୍ରତାପ କୁମାର ମଲ୍ଲିକ ସମେତ ସଭ୍ୟ ବୃନ୍ଦ ତାଙ୍କୁ ଉତ୍ତରୀୟ , ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଦେଇଥିଲେ ।ବଜାର ର ବ୍ୟବସାୟୀ ମହେନ୍ଦ୍ର କୁମାର ନାୟକ ,ପୂର୍ବତନ ସରପଂଚ ଅରକ୍ଷିତ ଜେନା ,ବଜାର କମିଟି ସଭାପତି ମହେନ୍ଦ୍ର ନାୟକ, ପ୍ରମୁଖ ତାଙ୍କୁ ସ୍ଵାଗତ ଜଣାଇଥିଲେ ।ସେ ଦେଶରୁ ପଲିଥିନ ହଟାଇବା ଓ ପରିବେଶ ସ୍ୱଚ୍ଛ ରଖିବା ଉପରେ ଲୋକ ମାନଙ୍କୁ ସଚେତନ କରିବାକୁ ବାର୍ତ୍ତା ନେଇ ଭାରତ ଭ୍ରମଣ କରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଥିଲେ ।ସେ ଚାରିଛକ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି କୁ ପ୍ରଣାମ ଜଣାଇ ପୁରୀ ଗ୍ରସ୍ତ କରିଥିଲେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ