ବେଗୁନିଆପଡା ଠାରେ ମୋ ସେବା କେନ୍ଦ୍ରର ସଚେତନତା ଶିବିର ଅନୁଷ୍ଠିତ

କୋଦଳା, (ଗୁଲସନ କୁମାର କର):ବେଗୁନିଆପଡା ବ୍ଲକ ପରିସରରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଓଡିଶା ସରକାରଙ୍କ ତରଫରୁ କୃଷକ ଓଡିଶା ପୋର୍ଟାଲରେ କୃଷକ ଓଡିଶା ଡାଟାବେସ ପଞ୍ଜିକରଣ ଓ ପିଏମ୍ କିଷାନ ରେ ଅନ୍ତର୍ଭୁକ୍ତ ଥିବା ଚାଷୀ ଭାଇ ଓ ଭଉଣୀ ମାନଙ୍କ କିଭଳି ସଠିକ ଭାବେ କେୱସି ହେଇପାରିବ ଏ ନେଇ ୨୩ ଗୋଟି ଗ୍ରାମ ପଂଚାୟତ ମୋ ସେବା କେନ୍ଦ୍ରର ଅଧିକାରୀ ମାନଙ୍କୁ ନେଇ ଗୁରୁବାର ଦିନ କୃଷି ଓ ପରାମର୍ଶ କେନ୍ଦ୍ର ସଭାଗୃହରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଚାଷୀମାନେ କିଭଳି ସରକାରଙ୍କ ଦ୍ୱାରା ଆସୁଥିବା ବିଭିନ୍ନ ଯୋଜନାର ଲାଭ ଉଠାଇପାରିବେ ସେ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏତତ ବ୍ୟତୀତ ଗୋ-ସୁଗମ,ପଶୁପାଳନ,ଉଦ୍ୟାନ କୃଷି ଆଦି ଉପରେ ଗ୍ରାମ ସ୍ତରରେ ସଚେତନତା କିଭଳି ହେବ ଆଲୋକପାତ ହୋଇଥିଲା। ଏହି ଶିବିରରେ କୃଷି ବିଭାଗର ସମସ୍ତ ଅଧିକାରୀମାନଙ୍କ ସମେତ କୋଦଳା ତହସିଲଦାର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ