ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ସ୍କୁଲ ଓ କଲେଜ ଯାଉଛନ୍ତି ଛାତ୍ର ଛାତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ସ୍କୁଲ ଓ କଲେଜକୁ ଯାଉଛନ୍ତି ୫ ଖଣ୍ଡ ଗାଁର ଛାତ୍ର ଛାତ୍ରୀ ।ଗଜପତି ଜିଲ୍ଲା ଲିଲିଗଡ ପଞ୍ଚାୟତ ଆଶାଢ଼ିଆମ୍ବ ନଦୀରେ ଜଳ ସ୍ତର ବୃଦ୍ଧି ଯୋଗୁଁ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ସ୍କୁଲ ଓ କଲେଜକୁ ଯାଉଛନ୍ତି ବହୁ ଛାତ୍ର ଛାତ୍ରୀ । ପାଠ ପଢିବା ପାଇଁ ବିଦ୍ୟାଳୟକୁ ଯିବାକୁ ହେଲେ ଛୋଟ ଛୋଟ ଶିଶୁଙ୍କୁ କାନ୍ଧରେ ଓ କାଖ କରି ଅବିଭାବକମାନେ ନଦୀ ପାର କରାନ୍ତି । ବରିଷ୍ଠ ନାଗରିକମାନେ ଜରୁରୀ କାମରେ ମୋହନା ଓ ଅନ୍ୟ ଗ୍ରାମକୁ ଯିବାକୁ ହେଲେ ବିପଦ ସଙ୍କୁଳ ଅବସ୍ଥାରେ ଭରା ନଦୀ ପାର ହୋଇ ଜୀବନକୁ ବାଜି ଲଗାଇ ଯିବାକୁ ବାଧ୍ୟ ହୋଇଥାନ୍ତି। ନଦୀ ସେପାଖେ ଡେଙ୍ଗାଆମ୍ବ,  ଟିଟିମେରି, କୁଇହୁରୁ, କୁତୁଣୀକୁଆ ଓ ରାଇପଦା ଗାଁ ସମେତ ୫ରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିର୍ଭରଶୀଳ ଥିବା ବେଳେ ନଦୀର ଜଳ ସ୍ତର ବୃଦ୍ଧି ହୋଇଗଲେ ସ୍କୁଲ କଲେଜ ବନ୍ଦ ହେବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଓ ହାଟ ବଜାର ସବୁ କିଛି ଠପ ହୋଇଯାଏ । ଜରୁରୀ କାମ ପଡ଼ିଲେ ଲୋକେ ମୋହନା ଆସିନପାରି ନାହିଁନଥିବା ଅସୁବିଧା ଗ୍ରାମରେ ଭୋଗ କରନ୍ତି। ଗ୍ରାମବାସୀ ବାରମ୍ବାର ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ପୋଲ ନିର୍ମାଣ ହୋଇପାରୁନାହିଁ । ତେବେ ବର୍ଷା ଦିନେ ଏଭଳି ସମସ୍ୟା ଉତ୍କଟ ରୂପ ଧାରଣ କରେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ