ପାରଳାଖେମୁଣ୍ଡିଠାରେ ଅହିଂସା ରଥକୁ ଭବ୍ୟ ସ୍ବାଗତ ଏବଂ ଭବ୍ୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଊଦ୍ଦେଶ୍ୟରେ ସାରା ରାଜ୍ୟରେ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଛିଏହିକ୍ରମରେଗଜପତି ଜିଲ୍ଲାରସଦର ମହକୁମା ପାରଳାଖେମୁଣ୍ଡି ଠାରେ ୨ ଗୋଟି ଅହିଂସା ରଥ ପହଞ୍ଚିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ରଥକୁ ଶୁଭାରମ୍ଭ କରିଥିଲେ। ପରେ ଏବ ବିରାଟ ତ୍ରୀରଙ୍ଗା ଶୋଭାଯାତ୍ରା କରାଯାଇଥିଲା। ବିଭନ୍ନ ସ୍କୁଲ କଲେଜର ଶହଶହ ଛାତ୍ରଛାତ୍ରୀ, ପ‌ୌରପାଳିକାର ପାରିଷଦ ମଣ୍ଡଳୀ,ସ୍କାଉଟ ଗାଇଡ, ସ୍ବଚ୍ଛ ସାଥୀ, ସଫେଇ କର୍ମଚାରୀ ଓ ଶହଶହ ଜନ ସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ରଥ ୩ ଦିନ ମଧ୍ୟରେ ଜିଲ୍ଲାର ୭ଟି ବ୍ଲକ ଓ ଗୋଟିଏ ପୌରପରିଷଦ ପାରଳାଖେମୁଣ୍ଡି ଏବଂ ଅନ୍ୟ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ଠାରେ ଏହି ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ପ୍ରଶାସନ ସହ ସମସ୍ତ ଅଧିକାରୀ ଯୋଗ ଦାନ କରିଥିଲେ ।ଏହି ଶୋଭା ଯାତ୍ରାରେ ଏକ ବିଶାଳ ଏ ଲମ୍ବା ତିରଙ୍ଗା ଙ୍କୁ ଛାତ୍ର ଛାତ୍ରୀ ମାନେ ଧରି ଫରେଷ୍ଟ ଗେଟ୍ ଛକ ପାଖରୁ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ କୁ ଏକ ଶୋଭଯାତ୍ରାରେ ନିଆ ଯାଇଥିଲାସେଠାରେ ଅନୁଷ୍ଠିତ ଅହିଂସା ରଥ ପାଇଁ ସ୍ବାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଏସପି ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ପରିଷଦ ଅଧକ୍ଷ ଗାବରା ତିରୁପତି ରାଓ ,ପାରଳାଖେମୁଣ୍ଡି ପୌରପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବୁଲି ବେହେରା , ପୌରପରିଷଦ ର ଅଧକ୍ଷା ନିର୍ମଳା ସେଠୀ, ଜିଲ୍ଲାର ଜଣେ ଦକ୍ଷ ଲେଖକ ଓ ସାହିତ୍ୟକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରଥମେ ଅହିଂସା ରଥକୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇବା ସହ ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଉଦ୍ଧେଶ୍ୟରେ ସାରା ଓଡ଼ିଶା ବାସୀଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ଏହି ଅହିଂସା ରଥ ପରିକ୍ରମା କରିବା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ