ନୁଆ କେରାଣ୍ଡି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡୀ ପଞ୍ଚାୟତ ର ନୂଆ କେରାଣ୍ଡୀ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଗୋଶାଣି ବ୍ଳକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗୋମାଙ୍ଗ ଯୋଗ ଦେଇଥିଲେ। CRCC ସିଏଚ ଗୌରୀ ଅଧ୍ୟକ୍ଷତା କରିଥିଲେ।ସ୍କୁଲର ପ୍ରଧାନ ଶିକ୍ଷକ ଏମ୍ ରବି କୁମାର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଯାଜପୁର ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ମହାରଣା, ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ପାତ୍ର, ତୁଳସୀ ପାଡୁ ସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବାଲି ଏହି ତିନି ଜଣ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।କତଲ କଇଠା କ୍ଲଷ୍ଟର ପକ୍ଷରୁ ଏମ୍ ରବିବାବୁ ଶିକ୍ଷକ ମାନଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମ କୁ କତଲ କଇଠା କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ