ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଅନ୍ତର୍ଜାତୀୟ ଶାନ୍ତିଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଭାରତ ସ୍କାଉଟ ଗାଇଡ଼ସ, ଓଡିଶା ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦଶ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ସ୍କାଉଟ ଓ ଗାଇଡ଼ସ ଛାତ୍ର,ଛାତ୍ରୀ ମାନଂକୁ ନେଇ ଏକ ରାଲି ସ୍ଲୋଗାନ ମାଧ୍ୟମରେ ଶାନ୍ତି ର ଦୂତ ସାଜି ସମସ୍ତ ଙ୍କ ମନରେ ହସ ଫୁଟାଇବା ପାଇଁ ସହର ପରିକ୍ରମା କରିଥିଲେ |ଏହି ରାଲି କୁ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ତବରଡ଼ା ଉନ୍ନତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ଓ ଏମ. ଏମ. ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ପ୍ରଧାନ ମିଳିତ ଭାବେ ଉଦଘାଟନ କରି ରାଲି ର ଶୁଭ ଆରମ୍ଭ କରି ଥିଲେ ଏହି କାର୍ଯ୍ୟକ୍ରମ କୁ ଖେଳ ଶିକ୍ଷକ ତଥା ଭାରପ୍ରାପ୍ତ ଆ. ପି ସୁରେନ୍ଦ୍ର ପାତ୍ର, ସଞ୍ଜୟ ପାତ୍ର, କାଲିପ୍ରସାଦ ମିଶ୍ର, ଧୀରେନ୍ଦ୍ର ସାମଲ, ଲିଙ୍ଗରାଜ ସାହୁ, ତପସ୍ୱିନୀ ପଣ୍ଡା, ଭବାନୀ ରଥ, ସି. ଏ. ଚ ଭେନ କେତେସୁଲୁ ଓ ବିଧ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ