ଗଜପତି ଜିଲ୍ଲା କୋର୍ଟ ପକ୍ଷରୁ ଆନ୍ଧ୍ରର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ମାନଙ୍କୁ ନେଇ “ମେଗା ସ୍ୱାସ୍ଥ୍ୟ ଶିବିର”କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ ଜେମସ ହସପିଟାଲର ବିଭିନ୍ନ ବିଭାଗର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ମାନଙ୍କୁ ନେଇ ଗଜପତି ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଜିଲ୍ଲାସ୍ତରୀୟ ଏକ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜିଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଏବଂ ଏଡିଏମ୍ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ଦେଇ ମିଳିତ ଭାବେ ଶିବିର କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଏହି ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ , ଜେଲ ବିଭାଗ ଅଧିକାରୀ ଓ କର୍ମଚାରୀ ଓ ଏବଂ ଓକିଲ ଗଣଙ୍କ ସମେତ ଏ ସମସ୍ତଙ୍କ ପରିବାର ଓ ଅନ୍ୟାନ୍ୟ ମାନଙ୍କ ସ୍ୱାସ୍ଥ୍ୟର ବିଭିନ୍ନ ଚିକିତ୍ସା କରାଯାଇ ମାଗଣା ଔଷଧ ପ୍ରଦାନ କରା ଯାଇଥିଲା ।ଏହି ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଶ୍ରୀକାକୁଲମ ସ୍ଥିତ ଜେମସ ହସପିଟାଲର ବିଭିନ୍ନ ବିଭାଗର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ଯଥା:- ଜେନେରାଲ ମେଡିସିନର ଡ଼ାଃ ଆନେପୁ ଶସିଧର ଏବଂ ଡ଼ାଃ ରାଜେଶ , ଅର୍ଥପେଡିକ:- ଡ଼ାଃ ସନ୍ତୋଷ ବାବୁ ଏବଂ ଡ଼ାଃ ଭୂଷଣ , ଇଏନଟି:- ଡ଼ାଃ ସୁମନ ରେଡ୍ଡୀ , ମେଡିକାଲ ଗେଷ୍ଟ୍ରୋ:- ଡ଼ାଃ ଟି:ଭି: ପ୍ରଦୀପ କୁମାର , କାର୍ଡିଓଲୋଜି:- ଡ଼ାଃ ଏଲ:କେ: ବିଜୟକୁମାର ,ଟୁଡ଼ି-ଇକୋ ଡ଼ାଃ ଏମ ରାଜେଶ କୁମାର , ଚକ୍ଷୁ ରୋଗ:- ଡ଼ାଃ ଆପାଲା ପଣ୍ଡା , ଚର୍ମ ରୋଗ:- ଡ଼ାଃ ଦିଲୀପ ଚନ୍ଦ୍ରକ୍ଷ , ନେଫ୍ରୋଲୋଜି:- ଡ଼ାଃ ରାକେଶ ଏବଂ ନ୍ୟୁରୋଲୋଜି:- ଡ଼ାଃ ଭୂଷଣ ଶର୍ମା ପ୍ରମୁଖଙ୍କ ସମେତ ସେମାନଙ୍କ ଟିମ ଆସିଥିବା ଶତାଧିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଡାକ୍ତରୀ ଦଳ ଓ ସେମାନଙ୍କ ଟିମ ତଥା ସହାୟକ ଦଳ ପକ୍ଷରୁ ସମସ୍ତଙ୍କ ରକ୍ତଚାପ , ସୁଗାର୍ ଓ ଅନ୍ୟାନ୍ୟ କେତେକ ପରୀକ୍ଷା ମଧ୍ୟ କରା ଯାଇଥିଲା । କେତେକ କ୍ଷେତ୍ରରେ ଇସିଜୀ ପରୀକ୍ଷା ମଧ୍ୟ କରା ଯାଇଥିଲା ।ଏହି ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିରର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଏସ:ଡି:ଜେ:ଏମ: ଶ୍ରୀମତୀ ବର୍ଷା ଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ କହିଛନ୍ତି ଯେ , କୋର୍ଟ ସହିତ ସଂଶ୍ଲିଷ୍ଟ ଥିବା ସମସ୍ତଙ୍କ ଓ ସେମାନଙ୍କ ପରିବାର ମାନଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ମୁଖ୍ୟତଃ ଚତୁର୍ଥ ଶ୍ରେଣୀ ଓ ଦିନ ମଜୁରିଆ ସମେତ ଜେଲ ବନ୍ଦିଥିବା ବ୍ୟକ୍ତିମାନଙ୍କସ୍ୱାସ୍ଥ୍ୟଚିକିତ୍ସା ସେବା କରାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ରହିଛି ଯେଉଁମାନେ କି ଆବଶ୍ୟକ ଥିଲେ ମଧ୍ୟ ଅବହେଳା ଏବଂ ଅର୍ଥାଭାବରୁ ସୁପର ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଦ୍ଵାରା ନିଜ ସ୍ୱାସ୍ଥ୍ୟ ଚିକିତ୍ସା କରାଇ ପାରୁନାହାଁନ୍ତି ଏଣୁ ସେହି ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଘର ପାଖରେ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।ଅନ୍ୟ ପକ୍ଷରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୌଣସି ରୋଗ ବିଭାଗର ସୁପର ସ୍ପେସିଆଲିଷ୍ଟ ଡାକ୍ତର ନାହାନ୍ତି , ସେଥିପାଇଁ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ ଜେମସ ହସପିଟାଲର ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ଏଠାକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଜିଲ୍ଲା କୋର୍ଟ ପକ୍ଷରୁ ଅନୁରୋଧ କରା ଯାଇଥିଲା ବୋଲି ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ।ଏହି ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ୩୦୦ ରୁ ଅଧିକ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିବା ବେଳେ ୧୦୫ ଜଣ ଜେଲ ଇନମେଟସ ତଥା ଡେଟେନୁଏସ୍ ଏହି ସ୍ୱାସ୍ଥ୍ୟ ଶିବିରରେ ଉପକୃତ ହୋଇଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ମାନେ ଏଡିଜେ ଶ୍ରୀ ପ୍ରଦୀପ କୁମାର ସାମଲ , ସବଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ସିଜେଏମ: ଶ୍ରୀ ମାନସ କୁମାର ପଣ୍ଡା , ଜେଏମଏସସି: ଶ୍ରୀ ଶୁଭଜିତ ବେହେରା , ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା , ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ବାର ସଂଘର ସେକ୍ରେଟାରୀ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକଙ୍କ ସମେତ କାଶୀନଗର କୋର୍ଟର ଜେଏମଏଫସି: ତଥା ଗ୍ରାମ୍ୟ ନ୍ୟାୟାଳୟ ମାଜିଷ୍ଟ୍ରେଟ ସୁଶ୍ରୀ ଅଙ୍କିତା ଗୁରୁ ଏବଂ ରା:ଉଦୟଗିରି କୋର୍ଟର ଜେଏମଏଫସି: ଶ୍ରୀ ପରେଶ୍ ପାଢ଼ୀ ଏବଂ ସବଜଜ: ଶ୍ରୀ ପୁଣ୍ୟଶ୍ଳୋକ ରଥ ପ୍ରମୁଖ ଉପସ୍ଥିତ ଥିଲେ ସମସ୍ତ ଶିବିର କାର୍ଯ୍ୟକ୍ରମକୁ ଶ୍ରୀକାକୁଲମ ଜେମସ ହସପିଟାଲର ମାରକେଟିଙ୍ଗ ଡିଜିଏମ୍ ଶ୍ରୀ ବିଜୟ ଭାସ୍କର ଏବଂ କେମ୍ପ କୋର୍ଡିନେଟର ଶ୍ରୀ ସୁନିଲ ୟୋହାନଙ୍କ ସମେତ ଜିଲ୍ଲା କୋର୍ଟ ଓ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ