ଦଶହେରା ଆସୁଛି

ପାରିନଥିଲି । ରାତି ଡେରିରେ ଘରକୁ ଫେରି ପିଲାଙ୍କୁ ଡ୍ରେସ୍ ଦେଇ ମାଳତୀ ମୁହଁକୁ ଚାହିଁଲି, ସେ ବୁଝି ଗଲା ପୁଣି ତାକୁ ପିଲାଙ୍କୁ ହଳଦୀ ଭାତରେ ସନ୍ତୁଷ୍ଟ କରିବାକୁ ହେବ । ସାନଝିଅଟା ପାଖକୁ ଆସି କହିଲା ବାପା ଟିକେ ଶୁଂଘିଲ ସେ ଆପାର୍ଟମେଣ୍ଟ ଆଡୁ କି ବଢ଼ିଆ ବାସ୍ନା ଆସୁଛି । କାଲି ଆମ ଘରୁ ବି ବାସ୍ନା ବହାରିବ ଯେ । ମୁଁ ଟିକେ ଶୁଘିଂଲା ଭଳି ଅଭିନୟ କଲି, କାହିଁ କିଛି ତ ବାସୁନି । ଖାଇବା ଟା କ’ଣ ବଡ, କାଲି ଆମେ ମେଢ଼ ଦେଖିଯିବା । ବଡ ପୁଅ କହିଲା ତା’ମାନେ ଏ ବର୍ଷ ବି ଆମକୁ ସେ ବାସ୍ନା ବାଲା ଖାଇବା ମିଳିବନି? ଆଉ ରାଗରେ ତିନି ଛୁଆ ପଦାକୁ ବାହାରିଗଲେ । ମୋର ବି ସେ ମହ ମହ ବାସ୍ନାରେ ଭୋକ ଲୋଭ ବଢ଼ୁଥିଲେ ବି କିଛି କରିବାର ବାଟ ନଥିଲା । ସକାଳୁ ଦଶହରା, ପିଲେ ଉଠିଲେ ତାଙ୍କୁ ନୂଆ ପିନ୍ଧେଇ ପେଟେ ପଖାଳ ଦେଇଦେବୁ ମାଳତୀ ଯେମିତି ବୁଲିଗଲେ ଅଝଟ କରିବେନି କିଛି ଖାଇବାକୁ । ଆଉ ସକାଳୁ ମୁଁ ବାହାରି ଗଲି, ଚଣ୍ଡି ମନ୍ଦିର ପାଖେ କେହି ଭକ୍ତ ଖେଚୁଡି ଠୋଲାରେ ବାଣ୍ଟୁଥିଲେ, ମୁଁ ବି ଲାଇନ୍‌ରେ ଯାଇ ହାତ ବଢ଼ାଇଲି । ସେ ଗୋଟେ ଠୋଲା ଦେଲେ, ଆଉ ଗୋଟେ ଦିଅ କହିଲି ଆଉ ସେ ଦେଲେନି…. ତାକୁ ଟ୍ରଲିରେ ଥିବା ଜରିରେ ଢ଼ାଳି ପୁଣି ଲାଇନ୍‌ରେ ଲାଗିଲି । ଏଥର ସେ ବାବୁ ଆଉ ଦେଲେନି, ଏବେ ନେଲ ପରା କହି ତଡିଲେ । ଆଗକୁ ବଢ଼ି ଗୋଟେ ପୂଜା ପେଣ୍ଡାଲ ପାଖେ ବି ଭୋଗ ଖେଚୁଡି ବଣ୍ଟା ଲାଇନ୍‌ରେ ଠିଆ ହେଲି ଏଠୁ ଗୋଟିଏ ଠୋଲା ହିଁ ମିଳିଲା, ଏମିତି ନିଜେ ଭୋକରେ ରହି ଦିନ ବାରଟା ଭିତରେ ବିଭିନ୍ନ ପୂଜା ପେଣ୍ଡାଲ ପାଖୁ ଖେଚୁଡି ଯୋଗାଡ କରି ବେଶ୍ ଗର୍ବରେ ଘର ମୁହାଁ ହେଲି । ଗୋଟେ ପତ୍ରରେ ସବୁ ଖେଚୁଡି ଢ଼ାଳି ଦେଇ ପିଲାଙ୍କୁ ଡାକିଲି । ଭୋଗ ଖେଚୁଡି ଘିଅ ବାସ୍ନାରେ ମୋ କୁଡିଆ ପୁରି ଉଠିଲା । ପିଲାମାନେ ତିନି ଚାରି ଖେପାରେ ସବୁ ଖେଚୁଡି ଖାଇଦେଲେ, ଆଉ ମୁଁ ମା ଙ୍କୁ ଡାକୁଥିଲି ମୋ ପିଲାମନ ଏତିକିରେ ଖୁସି କରିଦେ ମା’, ମୁଁ ୟାଠୁ ଅଧିକା ପାରିବିନି । ହେଲେ ନା ପିଲାମାନେ ତାଙ୍କ ବୋଉକୁ କହିଲେ ପଖାଳ ଥାଉ ବୋଉ ରାତିକି ଫେରିଲା ବେଳକୁ ବାପା ମାଂସ ଆଣିବେ ଆଜି ଲାଗିଲା ସତରେ ଦଶହରା । ମାଳତୀ ମୋତେ ଚାହିଁଥିଲା, ଏଥିରେ ପୁଣି ସାନ କହିଲା ବୋଉ କ୍ଷୀରି କେତେବେଳେ କରିବୁ ଯେ….ପାଖ ପେଣ୍ଡାଲରୁ ଗୀତ ଶୁଭିଲା, ପିଲେ ସେ ଆଡେ ଦୌଡିଲେ ଆଉ ଆମେ ଦୁହେଁ ନୀରବରେ ଭାବୁଥିଲୁ ଏ ଦଶହରା କାହିଁକି ଆସେ! ଆମ ଭଳି କେତେ ଭୋକିଲାଙ୍କ ମନରେ ଏଇ ପ୍ରଶ୍ନ ଆସୁଥିବ । ସନ୍ଧ୍ୟା ବେଳକୁ ଚାରିଆଡ ଲାଇଟ୍ ଝଲମଲକୁ ପିଠା ପଣା, ବାସ୍ନା, ମୁଁ ପୁଣି ସବୁଥର ପରି ଟ୍ରଲି ବାହାର କଲି, ପରିବାରକୁ ବସେଇ ଏତେ ବୁଲେଇଲି ଯେ ଫେରିବାକୁ ଡେରି ହେଲା, ଆଉ ସବୁଥର ପରି ଏଥର ବି ବାହାନା ଆରେ ଏତେ ଡେରିରେ କୋଉଠୁ କ୍ଷୀରୀ ଲାଗି ଜିନିଷ ଆଉ ମାଂସ ଆଣିବି । ଏତେ ହାଲିଆ ଯେ ବୋଉ ବି ରାନ୍ଧି ପାରିବନି । ଆର ବର୍ଷ ଦଶହରାକୁ ନିଶ୍ଚେ କରିବା । ଦେଖୁନ କେତେ ଶୀଘ୍ର ଦଶହରା ସବୁବର୍ଷ ଆସୁଛି । ମହ ମହ ଚାରି ଦିଗ ବାସୁଛି, ଝଲମଲ୍ ଲାଇଟ୍‌ରେ ଆଖି ଖୋସୁଛି ଆଉ ମୋ ଭଳି ବାପା ଗୁମୁରି ଗୁମୁରି କାନ୍ଦୁଛି…… ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ