ପ୍ରଗତି ଶିକ୍ଷାନୁଷ୍ଠାନରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଭବାନୀପାଟଣା ନିକଟସ୍ଥ ପ୍ରଗତି ଶିକ୍ଷାନୁଷ୍ଠାନରେ କୃତି ସିବିଏସଇ ଓ ସିଏଚଏସଇ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସବ୍‌ରେଜିଷ୍ଟ୍ରାର କ୍ଷୀରୋଦ ନାଗ , ସମ୍ମାନିତ ଅତିଥି ଭାବରେ ଭାବେ ଶିଶୁରୋଗ ବିଶେଷଜ୍ଞ ଡା . ବିକାଶ ପ୍ରହରାଜ , ମୁଖ୍ୟବକ୍ତା କଳାହାଣ୍ଡି ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ହଳଧର ସାହୁ ଏବଂ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ . ଅଜୟ ପଣ୍ଡା , ଚେୟାରପରସନ ସଂଗୀତା ପଣ୍ଡା , ଦେବେନ୍ଦ୍ର ବିଶି , ପ୍ରଗତି ଗ୍ରୁପ ଅଫ ସ୍କୁଲର ମୁଖ୍ୟ ବିଶ୍ବଜିତ ବି . ମହାନ୍ତି ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଚଳିତ ବର୍ଷ ସର୍ବଭାରତୀୟ ନିଟ ପରୀକ୍ଷାରେ ନିତେଶ ବେହେରା , ନୀଳୁ ରଣା , ପ୍ରତୀକ ନାଏକ , ଲିପସୁ ରଞ୍ଜନ ବୁଡେକ , ଖୁସବୁ ରାଣୀ ସାହୁ , ସଂଜୀବ ସାହୁ , କଶିସ ମୁଣ୍ଡ କୃତକାର୍ଯ୍ୟ ହୋଇଛନ୍ତି ଏବଂ ଜେଇଇ ପରୀକ୍ଷାରେ ଅନୁରାଗ ମୁଣ୍ଡ , ବୈଭବ ସୁନା କୃତକାର୍ଯ୍ୟ ହୋଇଥିବା ଯୋଗୁଁ ସମ୍ମାନିତ କରାଯାଇଥିଲା । ଏହା ସହିତ ଚଳିତ ବର୍ଷ ଦଶମ ଓ ଦ୍ବାଦଶ ବାର୍ଷିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଧ୍ୟାପକ ବିଦ୍ୟାସାଗର ମୁଣ୍ଡ ଓ ଅଧ୍ୟାପିକା ତେଜେନ୍ଦର କୌର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଅଶୋକ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା ଧନ୍ୟବାଦ ଦେଇଥିଲେ । ଡ . ଜେ . ଶରତ କୁମାର , ଚିନ୍ମୟ ଗୁରୁ , ବିଭୂତି ଭୂଷଣ ଦାସ ସମେତ ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ