ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟରାମକୁ ପ୍ରୋତ୍ସାହନ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ମଧ୍ୟପ୍ରଦେଶର ଭୋପାଲରେ ଅନୁଷ୍ଠିତ ଜୁନିୟର ଜାତୀୟ ଆଥଲେଟିକ୍ ଚାମ୍ପିଆନ୍‌ସିପ୍‌ରେ କଳାହାଣ୍ଡିର ଡିଏମ୍ ଜୟରାମ ୧୦୦ ମିଟର୍ ଦୌଡ଼ରେ ୧୦.୯ ସେକେଣ୍ଡ୍ ରେକର୍ଡ କରି ରୌପ୍ୟ ପଦକ ହାସଲ କରିଛନ୍ତି । କୁଏତ୍ ଠାରେ ଅକ୍ଟୋବର ଶେଷ ସପ୍ତାହରେ ହେବାକୁ ଥିବା ଏସିଆନ୍ ୟୁଥ୍ ଆଥଲେଟିକ୍ ଚାମ୍ପିଆନ୍‌ସିପରେ ସେ ଭାଗ ନେବେ । କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପି ଅନ୍ଵେଷା ରେଡ୍ଡୀ ଜୟରାମଙ୍କୁ ୩୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସମେତ ଦୌଡ଼ ପାଇଁ ବ୍ରାଣ୍ଡେଡ୍‌ ସାଇକ୍‌ ଦେଇ ଉତ୍ସାହିତ କରିଛନ୍ତି । ଡିଏମ୍ ଜୟରାମ ଭବାନୀପାଟଣା ବିକାଶ ସ୍କୁଲର ଛାତ୍ର ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ