ଗଂଜେଇ ଚାଲାଣ ମାମଲା ରେ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ବିଶ୍ୱ୍‌ାଳ ଭିନ୍ନଭିନ୍ନ ଦୁଇଟି ଗଂଜେଇ ମାଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ସୁଚନାରୁ ପ୍ରକାଶ ଯେ ୨୦୧୫ ମସିହା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଂଚାୟତର କିପାପାଙ୍ଗା ଗ୍ରାମର ସୁବେନ୍ଦ୍ର ଦିଗାଳ ବାଲିଗୁଡା ଥାନା କେଶ ନଂ ୩/୧୫ରେ ଅଭିଯୁକ୍ତ ଥିଲେ ଏବଂ ଅନ୍ୟ ଏକ ଗଂଜେଇ ଚୋରାଚାଲାଣ ମାମଲାରେ ବାଲିଗୁଡା ଥାନା ଅନ୍ତର୍ଗତ ବଡଗାଁର ଅଭିଯୁକ୍ତ ହିମାଂଶୁ ଦିଗାଳ ୨୦୧୬ ମସିହା କେଶ ନମ୍ବର ୪/୧୬ରେ ଅଭିଯୁକ୍ତ ଥିଲେ । ଉଭୟ ଦୁଇଟି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଉଭୟ ଦୁଇଜଣଙ୍କ ସାଖ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଏହି ଦୁଇଜଣଙ୍କ ତରଫରୁ ଆଇନଜୀବୀ କ୍ଷମା ସାଗର ପ୍ରଧାନ ମାମଲାକୁ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ