ହିତୈଷିଣୀ ସମାଜ ସଭା ଗୃହରେ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେପୂର୍ବତନ ସାଂସଦ ବିଶିଷ୍ଟ ସାହିତ୍ୟିକା,ସାରସ୍ଵତ ସାଧିକା ମହିୟସୀ ସମାଜସେବୀ, ଅମ୍ଳାନ ପ୍ରତିଭାଧାରୀ ,ନାରୀ ସଶକ୍ତିକରଣର ଓଡ଼ିଶାର ଜଣେ ମୁଖ୍ୟ ପୁରଧା ଥିଲେ। ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତରେ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉପାନ୍ତ ପ୍ରହରୀ ପୂର୍ଣ୍ଚଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି।ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏ ଦୁଃଖଦ ସ୍ମୃତି ଚାରଣ ସଭାରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ତ୍ରିପତି ପ୍ରସାଦ ପଣ୍ଡା, ଲଳିତ ମୋହନ ନାୟକ ପ୍ରଭୃତି ସ୍ବର୍ଗତ ମହିୟସୀ ମହିଳା ଦିବଙ୍ଗତl ପଟନାୟକ ଗଜପତି ବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ