ବନ ବିଭାଗ ତରଫରୁ ବେଆଇନ କରତ କଳ ଉପରେ ଚଢ଼ାଉ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏକ ବେଆଇନ କରତ କଳ ଉପରେ ଚଢ଼ାଉ କରି ବିଭିନ୍ନ ପ୍ରକାର କାଠ ଓ ଯନ୍ତ୍ରପାତି ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ଉପ ବନସଂରକ୍ଷକ ମଳୟ ରଞ୍ଜନ କାଲୋ, ମୋବାଇଲ ସ୍କେର୍ଦ୍, ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଏସ ଆଇ ଅନନ୍ତ ପ୍ରଧାନଙ୍କ ସମେତ ଫୁଲବାଣୀ, କରାଡ଼ା ଓ ଜି ଉଦୟଗିରିର ସମସ୍ତ କର୍ମଚାରୀଙ୍କ ମିଳିତ ଚଢ଼ାଉରେ ଅଭିଯୁକ୍ତ ସଞ୍ଜୀବ ଦିଗାଲଙ୍କ ଘରେ ଚଢ଼ାଉ କରି ୧୮.୭୧ ସିଏଫଟି ଶାଳ ଓ ଶାଗୁଆନ କାଠ ଜବତ କରିଛନ୍ତି। ଏଥି ସହିତ କିଛି ଯନ୍ତ୍ରପାତି ମଧ୍ୟ ଜବତ କରିଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ ପୁଲିସ ସଞ୍ଜୀବ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ