ହତ୍ୟାକାରୀଙ୍କ ପରିବାର ଲୋକଙ୍କୁ ଗିରଫ କରିବା ପ୍ରତିବାଦରେ ରାସ୍ତାରୋକ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପାଳସାହି ଗ୍ରାମର ଦେବାଶିଷ ପ୍ରଧାନ (୧୯ )ଙ୍କୁ ସାଆଁଳପୁର ଗ୍ରାମର ନନ୍ଦ କିଶୋର ଜେନା ନାମକ ଯୁବକ ଶୁକ୍ରବାର ସନ୍ଧ୍ୟାରେ ଭୁଜାଲି ସାହାଯ୍ୟରେ ହତ୍ୟା କରିଥିବା ମୃତକ ଦେବାଶିଷଙ୍କ ପରିବାର ପକ୍ଷରୁ ଧୂଷୁରୀ ଥାନାରେ ଅଭିଯୋଗ ହୋଇଥିଲା । ସଂପୃକ୍ତ ଥାନାରେ କେଶ୍ ନଂ ୩୧୦/୨୨ରେ ଏକ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି । ଅଭିଯୁକ୍ତ ନନ୍ଦ କିଶୋରଙ୍କୁ ପୋଲିସ ଗିରଫ କରି ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଅପରପକ୍ଷରେ ମୃତକ ଶବକୁ ଜବଦ କରାଇ ଭଦ୍ରକ ମୂଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇଛି । ହେଲେ ମୃତକଙ୍କ ପରିବାର ପକ୍ଷରୁ ଶନିବାର ଅପରାହ୍ଣରେ ଭଦ୍ରକ – ଆରଡି ରାଜ୍ୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଅଭିଯୁକ୍ତଙ୍କ ପରିବାରଙ୍କୁ ଆରେଷ୍ଟ କରିବା, ତୁରନ୍ତ ବିଚାର କରାଯାଇ ଅଭିଯୁକ୍ତକୁ ଫାଶି ଦିଆଯିବା, ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ଆଦି ଦାବି ଦେବାଶିଷଙ୍କ ପରିବାର ପକ୍ଷରୁ କରାଯାଇଥିଲ । ରାସ୍ତାରୋକ ସ୍ଥାନରେ ଥାନାଧିକାରିଣୀ ସୁକାନ୍ତି କେରେଇ, ଧାମନଗର ଏସଡିପିଓ ବିଜୟ ମହାପାତ୍ର, ଏ ଏସ ଆଇ ସେବତୀ କର, ସନ୍ତୋଷ ନାୟକ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ବୁଝାବୁଝି ଜାରିରଖିଛନ୍ତି । ସୂଚନାଯୋଗ୍ୟଯେ ଅଭିଯୁକ୍ତ ପ୍ରେମରେ ବିଫଳ ହେବାରୁ ଏଭଳି କାଣ୍ଡ କରିଥିବା ସାଧାରଣରେ ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ