ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ହାଇଟେକ ଗ୍ରୁପ ତରଫ ରୁ ଜୋତା ଓ ଟି ସାର୍ଟ ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୋଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ଆଜି ହାଇଟେକ ଗ୍ରୁପ ତରଫରୁ ଟି ସାର୍ଟ ଓ ଜୋତା ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ବରିଷ୍ଠ ବିଜେଡ଼ି ନେତା ତଥା ହାଇଟେକ ଗ୍ରୁପ ଅଧକ୍ଷ Dr ତିରୂପତି ପାଣିଗ୍ରାହୀ ଓ ଇଂ ରୂପେଶ ପାଣିଗ୍ରାହୀ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓଙ୍କ ଦ୍ଵାରା ବଣ୍ଟାଯାଇଥିଲା ,ଜୋତା ଓ ଟି ଶାର୍ଟ ବଣ୍ଟନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଅଗ୍ନିବିର ସୈନ୍ୟବାହିନୀ ରେ ତାଲିମ ପାଉଥିବା ଯୁବକ ମାନଙ୍କୁ ଉତ୍ସାହିତ କରିବା ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ Dr ପାଣିଗ୍ରାହୀ,ଏହି ଯୁବକ ମାନେ ତାଲିମ ପରେ ଆଗାମୀ ଦିନ ରେ ଆର୍ମି ,ନେଭି,ପୋଲିସି ଓ ବିଭିନ୍ନ ଫୋର୍ସ ରେ ନିଯୁକ୍ତି ପାଇପାରିବେ ଓ ଆମେ ସେମାନଙ୍କୁ ସହଯୋଗ କରିବୁ ବୋଲି ପ୍ରତିସୁତି ଦେଇଛନ୍ତି ଇଂଜିନିୟର ରୂପେଶ ପାଣିଗ୍ରାହୀ । ଏହି କାର୍ଯ୍ୟକ୍ରମ ଅବସର ରେ ,ବିଜେଡି ନେତା ମାରୁତ ପାଳ,ଜିଲ୍ଲା ପରିଷଦ ସଦସ୍ୟ ଏସ ବାଲରାଜୁ ପାରଳାଖେମୁଣ୍ଡି ପୌରପରିଷଦ ସମସ୍ତ କାଉନ୍ସିଲୋର , ସମସ୍ତ ବ୍ଲକର ସରପଞ୍ଚ ଓ ସମିତି ଏବଂ ସମସ୍ତ ବ୍ଲକର ବିଜେଡ଼ି ନେତା ଓ କର୍ମୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ