ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍ ସଂସ୍ଥା ଦ୍ୱାରା ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଭଳି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ସଂସ୍ଥା ଦ୍ୱାରା ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ତା୦୨.୧୦.୨୦୨୨ରିଖ ଦିନ ରାଜ୍ୟ ଶାଖା ପରିସରରେ ରାଜ୍ୟ ମୁଖ୍ୟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପାଳିତ ହୋଇଅଛି । ଭୁବନେଶ୍ୱରର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୨୨୦ ଜଣ ସ୍କାଉଟ୍ ଓ ଗାଇଡ଼୍ ସମେତ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ସ୍କାଉଟ୍ ଗାଇଡ଼୍ ମାନେ ଗାନ୍ଧୀଜୀଙ୍କର ସ୍ମୃତି ଉଦ୍ଦେଶ୍ୟରେ ସହର ପରିକ୍ରମା କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ଅନୁଷ୍ଠାନର ଶ୍ରୀ ଶିବନାରାୟଣ ମିଶ୍ର, ଶ୍ରୀ ମନୋଜ ଜେନା (ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ୍‌, ନିଉ ଦିଲ୍ଲୀ), ଡଃ. ଭଗବାନ ପ୍ରକାଶ, ଶ୍ରୀ ପ୍ରମେଶ କୁମାର ମହାନ୍ତି, ଶ୍ରୀ ଭବାନନ୍ଦ ଦାସ, ଶ୍ରୀ ପ୍ରସନ୍ନ ବିଶୋଇ ଇତ୍ୟାଦି ଅତିଥିମାନେ ଯୋଗଦାନ କରି ଗାନ୍ଧୀଙ୍କ ବିଷୟରେ ବିଭିନ୍ନ ମତ ରଖି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପ୍ରେରଣା ସୃଷ୍ଟି କରିଥିଲେ । ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ସବେତ ଭାବରେ ଗାନ୍ଧିଜୀଙ୍କର ପ୍ରିୟ ଭଜନ “ରାମଧୂନ୍‌” ଗାନ କରିଥିଲେ । ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କର ସ୍ମୃତିଚାରଣ ପରେ କିଛି ସମୟ ପାଇଁ ମୌନବ୍ରତ ପାଳନ କରିଥିଲେ । ସ୍ୱାଧୀନତା ପ୍ରାପ୍ତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଶହୀଦ ସ୍ତମ୍ଭ ଠାରେ ସ୍କାଉଟ୍ ଗାଇଡ଼୍ ମାନେ ସମ୍ମାନ ରୂପକ ସାଲ୍ୟୁଟ୍ ପ୍ରଦାନ କରିଥିଲେ । ଗାନ୍ଧୀଜୀଙ୍କ ସ୍ମୃତି ଉପରେ ଏକ ବକ୍ତୃତା ପ୍ରତିଯୋଗୀତା କରାଯାଇ ବିଜେତାମାନଙ୍କୁ ପ୍ରମାଣପତ୍ର ଏବଂ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ରାଜ୍ୟ ଯୁଗ୍ମ ସଂପାଦକ ଶ୍ରୀ ମିହିର ରଂଜନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ସ୍କାଉଟ୍ ଗାଇଡ଼୍‌ର ସମସ୍ତ କର୍ମକର୍ତ୍ତାଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ସଫଳତା ହୋଇପାରିଥିଲା । ପରିଶେଷରେ ଶ୍ରୀ ଚନ୍ଦନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ