ମାଳତୀରା ଦେବୀସାହିରେ ଶାରଦୀୟ ଦୁର୍ଗା ପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମାଳତୀରା ଦେବୀ ସାହି ଠାରେ ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁଷ୍ଠିତ ହୋଇଆସୁଥିବା ଶାରଦୀୟ ଦୂର୍ଗା ପୂଜା ଚଳିତ ବର୍ଷ ମହାସମାରୋହରେ ପାଳିତ ହେଉଛି । ନିକଟସ୍ଥ ଗୋପାଳ ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା । ନେପାଳ ଦାସ, ସୁବାଷ ଦାସ, କାହ୍ନୁ ଚରଣ ରାମ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି, ସନ୍ତୋଷ ଶତପଥି, ଶଶୀକାନ୍ତ ମହାପାତ୍ର ଓ ସହଯୋଗୀ ଭାବେ ପଦ୍ମନାଭ ପଣ୍ଡା, ଶିବ ସାହୁ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ଶନିବାର ଷଷ୍ଠାଧିକଳ୍ପ ଓ ବିଲ୍ୱବରଣ, ରବିବାର ଘଟସ୍ଥାପନ ଓ ସପ୍ତମୀ ବିହିତ ପୂଜା, ସୋମବାର ଅଷ୍ଟମୀ ବିହିତ ପୂଜା ଓ ସନ୍ଧି ପୂଜା, ମଂଗଳବାର ନବମୀ ବିହିତ ପୂଜା, ବଳି ଉତ୍ସର୍ଗ, ବୁଧବାର ଦଶମୀ ବିହିତ ପୂଜା, ଅପରାଜିତା ପୂଜା ଓ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ କମିଟିର ସଭାପତି ନାରାୟଣ ଚନ୍ଦ୍ର ସାହୁ, ଉପସଭାପତି ନରହରି ଜେନା, ସଂପାଦକ ସୁଧାଂଶୁ ଶେଖର ମହାନ୍ତି, ସହ ସଂପାଦକ ରମାକାନ୍ତ ଜେନା, ଉପଦେଷ୍ଟା ରଘୁନାଥ ରଣା, ପୂର୍ବତନ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ନିରାକର ସାହୁ, ବୁଦ୍ଧିରାମ ଜେନା, ଶ୍ରୀଧର ସାହୁ, ଅକ୍ଷୟ ଅନନ୍ତ କର, କୃପାସିନ୍ଧୁ ରଣା, ଅଭିମନ୍ୟୁ ପଣ୍ଡା, ପଞ୍ଚାନନ ସୁତାର, ଗୋବିନ୍ଦ ଜେନା, ସତୀଶ ସାହୁ, ମୃତ୍ୟୁଞ୍ଜୟ ଦାସ, ସୌମ୍ୟ ରଞ୍ଜନ ଜେନା, ବିଦ୍ୟାଧର କର ପ୍ରମୁଖ ସହଯୋଗ କରୁଛନ୍ତି । ଆସନ୍ତା ଶୁକ୍ରବାର ଭସାଣୀ ଉତ୍ସବ ହେବ ବୋଲି କମିଟି ପକ୍ଷରୁ ଜଣାଯାଇଛି । ସେହିପରି ତରାଗୋ, ବସନ୍ତିଆ, ଓଡଙ୍ଗ, ପାରାବନ୍ଧ, ସାବିତ୍ରୀଆଡି, ତୋଡଗାଁ, ରାମକୃଷ୍ଣପୁର ଆଦି ସ୍ଥାନରେ ମା’ଙ୍କ ପୂଜା ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ