ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଦିବସ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉଭୟଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ଆଲୋଚନା ସଭା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ହୋଇଥିଲା । ସଭାପତି ତାଙ୍କ ବକ୍ତବ୍ୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଭାରତବର୍ଷର ଜନଗଣଙ୍କ ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ମହମ୍ମଦ ଆକବର ଅଲ୍ଲୀ, ଯୁବକଂଗ୍ରେସ ଜିଲ୍ଲା ସଭାପତି ସତ୍ୟପ୍ରିୟ ସାମଲ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ପରଭେଜ ଅକ୍ତର, ନାରୀନେତ୍ରୀ ସନ୍ଧ୍ୟାରାଣୀ ରାଉତ, ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ପ୍ରଦୀପ ପ୍ରଧାନ, ଅନନ୍ତ ସେଠୀ, ସୁଜୟ କୁମାର ଦାସ, କମଳାକାନ୍ତ ବେହେରା, ଧରଣୀଧର ସୁଆର, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ବିଧୁଭୂଷଣ ମହାପାତ୍ର, ମୁକ୍ତାର ଖାଁ, କୈଳାସ କର, ଶିବ ପ୍ରସାଦ ବିଶ୍ୱାଳ, ବିରଞ୍ଚିନାରାୟଣ ଦାଶ, ରତିକାନ୍ତ ସାମଲ, ଦେବେନ୍ଦ୍ର ବାରିକ, ଦେବାଶିଷ ପଣ୍ଡା, ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ