ଗ୍ରାମ ରୋଜଗାର ସେବିକାଙ୍କ ମନୋମୁଖୀ କାର୍ଯ୍ଯକୁ ନେଇ ଗ୍ରାମସଭା ବର୍ଜନ କଲେ ଜନ ପ୍ରତିନିଧି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବିକା ସନ୍ଧ୍ୟା ସେଠୀଙ୍କ ମନୋମୁଖୀ କାର୍ଯ୍ୟ କୁ ନେଇ ରବିବାର ଦିନ ପଞ୍ଚାୟତ ଜନ ପ୍ରତିନିଧି ମାନେ ଗ୍ରାମସଭା ବର୍ଜନ କରିଥିବା ଜଣାପଡିଛି । ଖବର ପ୍ରକାରେ, ଅକ୍ଟୋବର ୨ ତାରିଖ ଠାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଉନ୍ନତି ନିମନ୍ତେ ଗ୍ରାମସଭା ଜରିଆରେ ଆଲୋଚନା କରାଯିବାର ବ୍ୟବସ୍ଥା ରହିଥିଲା । କିନ୍ତୁ ଏଠାକାର ଜିଆରଏସ ଶ୍ରୀମତୀ ସେଠୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ପୂର୍ବରୁ ଡେଙ୍ଗାଡି ପଞ୍ଚାୟତକୁ ବଦଳି ହୋଇଥିଲା । ପରବର୍ତ୍ତୀ ସମୟରେ ପୁଣିଥରେ ଏହି ପଞ୍ଚାୟତକୁ ବଦଳି ହେବାପରେ ଜନପ୍ରତିନିଧି ପଞ୍ଚାୟତ ବାସୀ ଏହାକୁ ବିରୋଧ କରିବା ସହ ଅନ୍ୟତ୍ର ବଦଳି କରିବାକୁ ସ୍ଥାନୀୟ ବିଡ଼ିଓଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଆରଏସଙ୍କ ବଦଳି ନହେବା କାରଣରୁ ଆଜି ନିର୍ବାଚିତ ଜନପ୍ରତିନିଧି ପଞ୍ଚାୟତ ବାସୀ ଗ୍ରାମସଭା ବର୍ଜନ କରିଥିଲେ। ଏପରିକି ଉକ୍ତ ଅଧିକାରିଣୀ ଜଣକ ଅନ୍ୟତ୍ର ବଦଳି ନହେବା ପର୍ଯ୍ୟନ୍ତ ପଞ୍ଚାୟତରେ କୈାଣସି ସଭାସମିତି ନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ଆଜି ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ବରାଡଙ୍କ ନେତୃତ୍ୱରେ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ ସମେତ ସମସ୍ତ ୱାର୍ଡ ମେମ୍ବର ପଞ୍ଚାୟତ ବାହାରେ ରହିଥିବା ଦେଖିବାକୁ ମିଳିଥିଲା। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ଙ୍କୁ ପଚାରିବାରୁ ସେ କହିଲେ ଜଣେ ହିଁ ମେମ୍ବର ଆସିଛନ୍ତି ଏଣୁ କୌଣସି କାର୍ଯ୍ୟ ହୋଇପାରିଲା ନାହିଁ। ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଆଗାମୀ ଦିନରେ ଗ୍ରାମସଭା କରାଯିବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ