କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାନସଭା ନିର୍ବାଜନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁଙ୍କ ନେତୃତ୍ୱରେ ଗରାପୁର ଡାକବଙ୍ଗଳା ଛକରୁ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ପ୍ରଥମ ଦିବସରେ କାଳୀ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରାରେ ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରେୀ ପରିଡା, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ଡଃ. ଗଦାଧର ମଲିକ, ମହିଳା ବିଜେଡି ସଭାପତି ରୋସ୍ନା ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ମଧୁଛନ୍ଦା ମହାନ୍ତି, ଲିଲିତା ଦାସ, ନିର୍ମଳା ମହାନ୍ତି, ପ୍ରିୟଦର୍ଶିନୀ ତରାଇ, ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୀତାସୁନ୍ଦରୀ ମଲିକ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ଦେବଦାସ ମହାନ୍ତି, ସ୍ନେହଲତା ପ୍ରଧାନ, ମିନତି ପରିଡା, ଶରତ ସାମଲ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଦୁହ୍ମନ୍ତ ମଲିକ, ଲୋପାମୁଦ୍ରା ବାରିକ, ମୋହନୀ ଆଚାର୍ଯ୍ୟ, ଯୁବନେତା ନରୋତ୍ତମ ମଲିକ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପ୍ରକାଶ ସାହୁ, ସୁମିତ୍ରା ପାଢୀ, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ଶୈଳେନ୍ଦ୍ର ସ୍ୱାଇଁ ପ୍ରମୁଖ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ