କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ରେ ସମ୍ନାନିତ ହେଲେ ତହସିଲଦାର

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳା ଶନିବାର ଦିନ ଉଦଯାପିତ ହୋଇଛି l ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତୀଥି ଶ୍ରୀ ସାହୁ ସାମ୍ବାଦିକ ମାନେ ତଥ୍ୟ ଉପରେ ଆଧାରିତ ସଠିକ ଖବର ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ l କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମର ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କର୍ମଶାଳାରେ ମୁଖ୍ୟବକ୍ତା ଭାବେ ରାଜ୍ୟର ଜଣାଶୁଣା ବରିଷ୍ଠସାମ୍ବାଦିକ ନୀଳାମ୍ବର ରଥ ଯୋଗ ଦେଇ ସାମ୍ବାଦିକଙ୍କ କର୍ତ୍ତବ୍ୟ , ମୂଲ୍ୟବୋଧ ଓ କାର୍ଯ୍ୟଶୈଳୀ ଉପରେ ବୁଝାଇବା ସହ  ସାମ୍ବାଦିକଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଶ୍ରୀ ରଥ l ଏହି ଅବସରରେ ମିଡିଆ ଫୋରମର ସମ୍ପାଦକ ଡଃ ସୂର୍ଯ୍ୟ ନାରାୟଣ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଯୋଗ ଦେଇ ବିଶେଷ କରି ସାମ୍ବାଦିକ ମାନେ ରିପୋର୍ଟିଂ କରିବା ସମୟରେ ନାବାଳିକାଙ୍କ ଉପରେ ଆଧାରିତ କୌଣସି ଖବର ଯଦି ବାହାର କରିବା ପାଇଁ ଆବଶ୍ୟକ ହୋଇଥାଏ ତେବେ ନାବାଳିକା ର ନାମ, ଠିକଣା ଏବଂ ଫୋଟ ଯେପରି ଖବର କାଗଜ ରେ ପ୍ରସାରଣନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ସମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ l ସେହିପରି ସାମ୍ବାଦିକ ରାଧାମୋହନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଯୋଗ ଦେଇ ସାମ୍ବାଦିକ ମାନଙ୍କ ମହତ୍ତ୍ୱ ଓ ଉଦ୍ଦେଶ୍ୟ କଣ ହେବା ଉଚିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l   ସାମ୍ବାଦିକ ସନ୍ତୋଷ ଦିଗାଲ ସାମ୍ବାଦିକ ମାନେ ନିଜ ନିଜର ଦକ୍ଷତା ଓ ପରିଚୟ ନିଜେ ନିଜେ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଫୋରମର ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, କୋଷାଧ୍ଯକ୍ଷ ଶିବ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l  ଖଜୁରୀପଡା ତହସିଲଦାର ସ୍ୱପ୍ନିତା ନାୟକ ଙ୍କ ନିରବଚ୍ଛିନ୍ନ ବ୍ଲକ ରେ ସେବା ସହ କରନା ସମୟରେ ବହୁତ ଉତ୍ତମ  ଭାବେ କାର୍ଯ୍ୟ  ତୁଲାଇ ଥିଲେ ତେଣୁ ମିଡ଼ିଆ ଫୋରମ ସମ୍ପାଦକ ତାଙ୍କୁ ସମ୍ନାନିତ କରାଯିବା ଉଚିତ ମନେକରି ମିଡ଼ିଆ ଫୋରମ ପକ୍ଷରୁ ମଞ୍ଚ ରେ ସର୍ବ ସମ୍ମୁଖରେ ସମ୍ନାନୀତ    କରାଯାଇଛି ଏବଂ  ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଫୋରମର ସମସ୍ତ ସଦସ୍ୟ, ଉପଦେଷ୍ଟା ଓ କିଛି ବରିଷ୍ଠ ସାମ୍ବାଦିକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lଏହି ଅବସରରେ ଫୋରମ ପକ୍ଷରୁ ଏକ ମୁଖପତ୍ର ସ୍ରୋତସ୍ବିନୀ ସାଲୁକିକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା l ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଓ ବ୍ରଜବିହାରୀ ନନ୍ଦ ମଞ୍ଚ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ