ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ସାଇକେଲ ରାଲି

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲ୍ସ କଲେଜର ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ସାଇକେଲ ରାଲି ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ହୋଇଯାଇଛି। ଏହି ରାଲିରେ ଭରତ ସ୍କାଉଟ୍ସ ଓ ଗାଇଡ୍ ରେଞ୍ଜର୍ସ ନେତୃତ୍ୱ ନେଇଥିଲେ। ଏଥିରେ ପିପୁଲ୍ସ କଲେଜର NSS, YRC ଓ NCC ର ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ। ସାଇକେଲ ରାଲିକୁ ବୁଗୁଡା ପୋଲିସ ଆରକ୍ଷୀ ନିରୀକ୍ଷକ ଚିତରଂଜନ ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପିପୁଲ୍ସ କଲେଜର ଗଭର୍ଣ୍ଣିଙ୍ଗି ବଡି ସଭାପତି ରଜନୀକାନ୍ତ ଭଟ୍ଟ ଓ ଦାୟିତ୍ୱରେ ଥିବା ପ୍ରିନ୍ସପାଲ ହରେକୃଷ୍ଣ ନାୟକଙ୍କ ସମେତ ଅଧ୍ୟାପକ ବୃନ୍ଦ ଉପସ୍ଥିତି ଥିଲେ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅହିଂସା ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସେପ୍ଟେମ୍ବର ୨୪ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ ଶାନ୍ତି ଓ ଅହିଂସା ରାଲିରେ ଭାଗ ନେଇଥିଲେ। ରାଲିର କିଛି ସମୟ ପରେ ବିଭିନ୍ନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୋ କଲେଜ ସଂଯୋଜକ ସୁଶାନ୍ତ କୁମାର ସାହୁ, ଆଇକ୍ୟୁଏସି ସଂଯୋଜକ ପ୍ରଭଞ୍ଜନ ମୁନୀ, ଆତ୍ମପ୍ରକାଶ ନାୟକ, ଏନଏସଏସ ସଂଯୋଜକ ରବୀନ୍ଦ୍ରନାଥ ପୋଲାଇ, ଅନିଲ କୁମାର ସେଠୀ, ଦିଲୀପ କୁମାର ସେଠୀ, ଏଲ.ଏନ.ବେହେରା, କ୍ରିଷ୍ଣା ରାଓ ପାତ୍ର, ଏମ.ଶ୍ରୀନିବାସ ଦୋରା ପ୍ରମୁଖ ଆନ୍ତରିକ ଉଦ୍ୟମ କରିଥିଲେ। ଏହି ରାଲିରେ ବୁଗୁଡା ଏନଏସି ର ସ୍ବଚ୍ଛ ଭାରତ ପାଇଁ ପ୍ରଚାର କରୁଥିବା ଯାନ ମଧ୍ୟ ଏହି ରାଲି ସହିତ ଯୋଗ ଦେଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ