ମା ମଙ୍ଗଳା ଙ୍କ ମହିଷମଦ୍ଦିନୀ ବେଶ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଚାଲିଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା । ଆଜି ମହାଷ୍ଟମୀ ତିଥି ହୋଇଥିବାରୁ ପାରମ୍ପରିକ ପ୍ରଥାନୁସାରେ ମା ଙ୍କୁ ମହିଷମଦ୍ଦିନୀ ବେଶ ରେ ସଜ୍ଜିତ କରାଯାଇଥିଲା। ପୂର୍ବରୁ ମା ଙ୍କୁ ପାଦପଦ୍ମ , ଭୁଜ , ଧନୁ, ତୀର, କମାଣ ପ୍ରଭୁତି ଅସ୍ତ୍ର ଶସ୍ତ୍ର ଲାଗି କରାଯାଇଥିବା ବେଳେ ବାହାନ ସିଂହ କୁ ଗତକାଲି ମା ଙ୍କ ନିକଟରେ ଲାଗି କରାଯାଇଥିଲା। ବିଳମ୍ୱିତ ରାତି ରେ ସନ୍ଧି ପୂଜା, କୁଷ୍ମାଣ୍ଡ ବଳି ପ୍ରଦାନ କରାଯାଇଥିଲା। ଆଜି ମନ୍ଦିର ରେ ଷୋଡଶ ଉପଚାର ପୂଜାପଣ୍ଡା ଭାବେ ପ୍ରକାଶ ପଣ୍ଡା, ପୂଜା ପଣ୍ଡା ଭାବେ ଶରତ କୁମାର ଦିକ୍ଷୀତ, ପାଳିଆ ସେବାୟତ ଭାବେ ରଞ୍ଜନ କୁମାର ଦିକ୍ଷୀତ ମା ଙ୍କ ବେଶ ଓ ଅନ୍ୟାନ୍ୟ ପୂଜା ନିତି ଅନୁଷ୍ଠିତ କରିଥିଲେ।ମଧ୍ୟାହ୍ନ ରେ ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ସପ୍ତସତି ଚଣ୍ଡି ପାଠ କରିଥିଲେ। ମାତୃ ଭକ୍ତଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଉଠିଛି କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ।