ବନ୍ତ ପୁରୁଣା ବଜାରରେ ସର୍ବପୁରାତନ ଦୁର୍ଗା ପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପୁରୁଣା ବଜାରରେ ସର୍ବପୁରାତନ ତଥା ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି । ସ୍ଥାୟୀ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜାରେ ଲକ୍ଷ୍ମୀନାରାୟଣ ପାଣି ଓ ଆଶିଷ ଚକ୍ରବର୍ତ୍ତୀ ବଜାରସ୍ଥିତ ମଳିକ ପୋଖରୀରୁ କଳସ ଆଣିବା ପରେ ଘଟସ୍ଥାପନା କରାଯାଇଥିଲା । ଶନିବାର ଷଷ୍ଠାଧିକଳ୍ପ ଓ ବିଲ୍ୱବରଣ, ରବିବାର ଘଟସ୍ଥାପନ ଓ ସପ୍ତମୀ ବିହିତ ପୂଜା, ସୋମବାର ଅଷ୍ଟମୀ ବିହିତ ପୂଜା ଓ ସନ୍ଧି ପୂଜା, ମଂଗଳବାର ନବମୀ ବିହିତ ପୂଜା, ବଳି ଉତ୍ସର୍ଗ, ବୁଧବାର ଦଶମୀ ବିହିତ ପୂଜା, ଅପରାଜିତା ପୂଜା ଓ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ ଲିଙ୍ଗରାଜ ମିଶ୍ର, ପ୍ରକାଶ ଚନ୍ଦ୍ର ଦେବତା, ବୁଲୁ ପାଣି ପୂଜକ ଦାୟୀତ୍ୱ ତୁଲାଉଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପକୁ ସୁସଜ୍ଜିତ କରିବା ସହିତ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇ ରଂଗୀବେରଙ୍ଗୀ ଆଲୋକମାଳାରେ ସଜ୍ଜା ଯାଇଛି । ମା’ଙ୍କୁ ଦର୍ଶନ କରିବା ସହିତ ପୂଜା ବୁଲିବା ପାଇଁ ବନ୍ତ ସମେତ ଆଖପାଖ ପଞ୍ଚାୟତରୁ ଶହ ଶହ ଭକ୍ତ ଏଠାରେ ରୁଣ୍ଡିଭୂତ ହେଉଛନ୍ତି । ପୂଜା ମଣ୍ଡପରେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆସନ୍ତା ରବିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି କୃପାସିନ୍ଧୁ ସେଠୀ, ସଂପାଦକ ଜ୍ୟୋତି ରଞ୍ଜନ ନାୟକ, ଷ୍ଟାଣ୍ଡିଂ କମିଟିର ସଭାପତି ମହେନ୍ଦ୍ରନାଥ ମିଶ୍ର, ସଂପାଦକ ବିଜୟ କୁମାର ମଜୁମଦାର କହିଛନ୍ତି । ପୂଜା କାର୍ଯ୍ୟରେ କମିଟିର ସମସ୍ତ ସଦସ୍ୟଙ୍କ ସମେତ ବନ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ