ନୂତନ ବସ ଷ୍ଟାଣ୍ଡରେ ଦୁର୍ଗା ପୂଜା ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସହରରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ନୂତନ ବସଷ୍ଟାଣ୍ଡ ଠାରେ ଦୁର୍ଗା ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି l ଛତ୍ରପୁର ଘରୋଇ ବସ ମାଲିକ ସଂଘ ପକ୍ଷରୁ ନୂତନ ବସ ଷ୍ଟାଣ୍ଡ ଠାରେ ମା ଦୁର୍ଗାଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ସ୍ଥାପନ କରି ମାଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଉଛି l ନୂତନ ଭାବେ ବସ ଷ୍ଟାଣ୍ଡ ନିର୍ମାଣ ହେବା ପରେ ଛତ୍ରପୁର ବସଷ୍ଟାଣ୍ଡ ର ଉନ୍ନତି ଓ ସହର ବାସିନ୍ଦା ଙ୍କ ହିତ ନିମନ୍ତେ ଏହି ପୂଜାର୍ଚନା କରାଯାଉଛି ବୋଲି ସଂଘ ର ସଭାପତି ସନ୍ତୋଷ କୁମାର ପତି କହିଛନ୍ତି l ସେହିପରି ଛତ୍ରପୁର ସହରର ଗ୍ରାମଦେବୀ ମା ରମାୟାଣାମ୍ମା ଙ୍କ ମନ୍ଦିର ରେ ମହିଳା ମାନଙ୍କ ଦ୍ୱାରା କୁଙ୍କୁମ ପୂଜା, ଛତ୍ରପୁର ମୁଖ୍ୟ ବଜାର ସ୍ଥିତ ସୁବାରାଓ ମାର୍କେଟ କମ୍ପ୍ଲେକ୍ସ ନିକଟରେ ବଡ଼ ବଜାର ବ୍ୟବସାୟୀ ସଙ୍ଘ ପକ୍ଷରୁ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁରରେ ଥିବା ବ୍ୟାଘ୍ରଦେବୀ ମନ୍ଦିର, କନକ ଦୁର୍ଗା ମନ୍ଦିର, ମା ରାମଚଣ୍ଡୀ ଙ୍କ ମନ୍ଦିର, କନ୍ଧୁଣି ଦେବି ଙ୍କ ମନ୍ଦିର ମାନଙ୍କରେ ମଧ୍ୟ ମା ଙ୍କ ପୂଜା ବେଶ ଧୂମଧାମ ରେ ପାଳନ ହେଉଥିବା ଦେଖିବାକୁ ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ