କେନ୍ଦ୍ରାପଡା ବ୍ଲକରେ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ସରକାରଙ୍କ ନିର୍ଦେଶ ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ପ୍ରଶାସନ ପକ୍ଷରୁ ଗାନ୍ଧି ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସେହିଦିନ ପ୍ରାତଃରୁ କେତେକ ସ୍ଥାନୀୟ ମହିଳା, ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା, ସ୍ୱେଛାସେବୀ ଏବଂ ବ୍ଲକ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନେଇ ପ୍ରଭାତ ଫେରୀ ଅନୁଷ୍ଠିତ ହୋଇଥିଲା । ଏଥିସହିତ ବ୍ଲକ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବା ସହିତ ଇନ୍ଦୁପୁରସ୍ଥିତ ପାୟଲ ମ୍ୟୁଜିକ ସ୍କୁଲର କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ଭଜନ ପରିବେଷଣ କରାଯାଇଥିଲା । ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ଆଦିତ୍ୟ କୁମାର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ