ନାଉଗାଁ ବ୍ଳକରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ଚଳିତ ବର୍ଷ ଦୁର୍ଗାପୂଜା ଧୁମଧାମରେ ପାଳିତ ହେଉଛି । ଦୀର୍ଘ ୨ବର୍ଷ ହେବ କୋଭିଡ କଟକଣା ଯୋଗୁ ଦୁର୍ଗାପୂଜା ନିରାଡମ୍ବରରେ ପାଳନ କରାଯାଇଥିଲା । ତେଣୁ ଏଥର କଟକଣା ଉଠିଯାଇ ଥିବାରୁ ଦୁର୍ଗାପୂଜାରେ ଗହଳ ଚହଳ ଦେଖିବାକୁ ମିଳିଛି । ବ୍ଳକରେ ନାଉଗାଁ ବଜାର , ଗଙ୍ଗଦାହାଟ, କଂଟୁଣିଆହାଟ, ନୂଆଗାଁ(ଶୁଦ୍ଧକଣ୍ଠି), ଗଳଦାରୀ, ନନ୍ଦିଗ୍ରାମ ଆଦିରେ ଦୁର୍ଗତ ନାଶିନୀ ମା’ଦୁର୍ଗା ଓ ପାଶ୍ୱର୍ ଦେବାଦେବୀଙ୍କର ମୃଣ୍ମୟ ମୂର୍ତି ନିର୍ମାଣ କରାଯାଇ ପୂଜା କରାଯାଉଥିବା ବେଳେ ନାଉଗାଁ ବ୍ଳକଛକ ଓ ମୁଣ୍ଡାଳୋ ଠାରେ ଶିବ ପାର୍ବତୀଙ୍କର ମୃଣ୍ମୟ ମୂର୍ତି ନିର୍ମାଣ କରାଯାଇ ପୂଜା କରାଯାଉଛି । ନାଉଗାଁ ବଜାରରେ ସାର୍ବଜନୀନ ଦୁର୍ଗାପୂଜା କମିଟି, ଗଙ୍ଗଦାହାଟରେ ଗଂଗଦାହାଟ ପୂଜା କମିଟି, ବ୍ଳକଛକରେ ବ୍ଲକଛକ ପୂଜା କମିଟି ପକ୍ଷରୁ ଚଳିତ ପୂଜାକୁ ପରିଚାଳନା କରାଯାଉଛି । ଶନିବାର ମହାଷଷ୍ଠୀ ଅବସରରେ ବେଲ୍ୱ ବରଣ କରାଯାଇ ମା’ଙ୍କର ଯଥା ରୀତି ପୂର୍ବକ ପୂଜା କରାଯାଉଅଛି । ରବିବାର ମହାସପ୍ତମୀ ଓ ସୋମବାର ମଣ୍ଡପ ମାନଙ୍କରେ ମହାଷ୍ଟମୀ ପୂଜା କରାଯାଇଛି । ମଣ୍ଡପ ଗୁଡିକୁ ସୁନ୍ଦର ଭାବରେ ସଜ୍ଜା ଯାଇଥିବା ବେଳେ ଆଲୋକମାଳରେ ତୋରଣମାନ ନିର୍ମାଣ କରାଯାଇଛି । ମଙ୍ଗଳବାର ମହାନବମୀ ଓ ବୁଧବାର ଦଶହରା ପୂଜା କରାଯିବାର ଦୁର୍ଗାପୂଜା କମିଟିର ସଦସ୍ୟମାନେ ଜଣାଇଛନ୍ତି । ଦୁର୍ଗାପୂଜା ଦେଖିବା ପାଇଁ ସ୍ଥାନୀୟ ଅଂଚଳର ଜନସାଧାରଣ ମଣ୍ଡପ ନିକଟରେ ଭିଡ ଜମାଉଥିବାର ଦେଖିବାକୁ ମିଳିଛି । ଶାନ୍ତିଶୃଙ୍ଖଳା ରକ୍ଷା ସହିତ କିପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୋଲିସ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିବା ଥାନା ଆଇଆଇସି ଅନିରୁଦ୍ଧ ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ