ହାଟଡିହି ଓ ଅଣାରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ପୂଜା କରୋନା କଟକଣା ମଧ୍ୟରେ ସମାପନ ହୋଇଛି । ହାଟଡିହି, ଅଣା, କାନପୁର, ବଡରମ୍ପାସ, ମରୈଗାଁ, ସୋସୋ, ମୁଗୁପୁର, କାହାଳିଆଗଡିଆ, କୁରାଢ଼ିଘସା ଆଦି ସ୍ଥାନ ମାନଙ୍କରେ ମାଙ୍କ ପୂଜା ମହା ସମାରୋହରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଆଗେଇ ଚାଲିଛି । ଗତ ଶନିବାର ଦିନ ରାତିରେ ବିଲ୍ୱବରଣ ଅନୁଷ୍ଠିତ ହେବାପରେ ଗତକାଲି ମାଙ୍କ ମହାସପ୍ତମୀ ପୂଜା ଓ ଆଜି ସମସ୍ତ ପୂଜା ମଣ୍ଡପରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଏଥିରେ ଶହଶହ ଶ୍ରଦ୍ଧାଳୁ ଓ ବ୍ରତଧାରୀ ମାନେ ସାମିଲ ହୋଇ ମାନସିକ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ହାଟଡିହି ପୂଜା ମଣ୍ଡପରେ ସନ୍ତୋଷ କୁମାର ମଲ୍ଲିକ, ସୌଦାମିନୀ ମଲ୍ଲିକ, ଧନୁର୍ଜୟ ବନପାଲିଆ ପ୍ରମୁଖ କର୍ତ୍ତଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ପଣ୍ଡିତ ନରହରି ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଅଣାଠାରେ ଅନୁଷ୍ଠିତ ପୂଜାରେ ପିତାମ୍ବର ମଲ୍ଲିକ, ପରମେଶ୍ୱର ମଲ୍ଲିକ, ପ୍ରଭାକର ମଲ୍ଲିକ, କନକ ମଲ୍ଲିକ, ସବିତା ମଲ୍ଲିକ, ସ୍ୱାଗତିକା ମଲ୍ଲିକ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ପଣ୍ଡିତ ଉମାକାନ୍ତ ପଣ୍ଡା, ମଙ୍ଗୁଳି ଚରଣ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ରରେ ମାଙ୍କ ପୂଜା କରୁଥିବାବେଳେ ମନୋଜ ମଞ୍ଜରୀ ମଲ୍ଲିକ, ହରେକୃଷ୍ଣ ବେହେରା, ବୈଷ୍ଣବ ମଲ୍ଲିକ, ମହେଶ୍ୱର ମଲ୍ଲିକ, ଶୁଭଲକ୍ଷ୍ମୀ ମଲ୍ଲିକ, ମାତୃପ୍ରସାଦ ମଲ୍ଲିକ, ସ୍ୱାଗତ ମଲ୍ଲିକ, ସାଇପ୍ରସାଦ ମଲ୍ଲିକ, ଆଦିତ୍ୟ ମଲ୍ଲିକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ବଡରମ୍ପାସରେ ଚାଲିଥିବା ଦୁର୍ଗାପୂଜା ୪୪ବର୍ଷରେ ପହଞ୍ଚିଛି । ଏଥିପାଇଁ ପୁରା ଗ୍ରାମରେ ପୂଜାର ମାହୋଲ ସୃଷ୍ଟି ହୋଇଛି । ମା ଙ୍କ ପୀଠରେ ବିଲ୍ୱାଧିବାସ, କରାଯିବାପରେ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ମାଙ୍କ ନିକଟରେ କଳଶ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମହାସପ୍ତମୀ, ମହାଷ୍ଟମୀ, ଚଣ୍ଡୀପାଠ ଆଦି କରା ଯାଇଥିବା ଦେଖିବାକୁ ମିଳିଛି । କର୍ତ୍ତା ଭାବେ ସୁସୀ ସାହୁ, ବିଜୟ ସାହୁ, ରଜନୀରାଣୀ ସାହୁ, ଭାବଗ୍ରାହୀ ସାହୁ, ଗୀତାଞ୍ଜଳୀ ସାହୁ, ବିଜୟ ସାହୁ, ଅଜୟ ସାହୁ, ସଞ୍ଜୟ ସାହୁ, ରାଜୀବ ସାହୁ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଥିବାବେଳେ ପଣ୍ଡିତ ରବିନ୍ଦ୍ର ପଣ୍ଡା, ଚଗଲା ପଣ୍ଡା ଓ ଭୀମସେନ ତ୍ରିପାଠୀ ମାଙ୍କ ପୂଜାର୍ଚ୍ଚନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ