ଦାଦନ ଖଟିବାକୁ ଡାକି ନେଇ ଗୋଡ଼ ଓ ହାତ ପାପୁଲି କାଟି ଦେଲେ ଦଲାଲ

ମୋହନା, (ଅଂଶୁମାନ ପଣ୍ଡା):ଦାଦନ ଖଟିବାକୁ ଘରୁ ଡାକି ନେଇ ହାତ ପାପୁଲି ଓ ଗୋଟିଏ ଗୋଡ଼ କାଟି ହାଣି ଦେଲେ ଦଲାଲ। ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଡାକି ନେଇଥିବା ଦଲାଲ ଯୁବକ । ସେଥିପାଇଁ ଥାନାରେ ଅଭିଯୋଗ କରି ନ ପାରି ଭୟରେ ଘରେ ପଡିରହିଛି ଦାଦନ ଶ୍ରମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଦମାଦୁଆ ପଞ୍ଚାୟତ ଅଧିନ କଲବା ଗାଁରେ । ଗତ ୧୩ ତାରିଖରେ ଗାଁର ଶାଙ୍କ ମୁର୍ମୁକୁ ନିକଟସ୍ଥ ହରଭଙ୍ଗି ନୂଆଁ ସହିର ୨ ଜଣ ଯୁବକ ଆଦର ବର୍ଦ୍ଧନ, ଲୁଲୁ ବିଷୋୟୀ ଆସି ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଶାଙ୍କକୁ ଉତ୍ତରପ୍ରଦେଶର ଏକ ସିମେଣ୍ଟ କମ୍ପାନୀରେ କାମ କରିବାକୁ ଡାକି ନେଇଯାଇଥିଲେ । ସେହିପରି ଶାଙ୍କ ସହିତ ଆଉ ୫ଜଣ ଯୁବକ ମଧ୍ୟ ସେଠାକୁ କାମ କରିବା ପାଇଁ ଯାଇଥିଲେ। ସମସ୍ତେ ନିଜ ନିଜ ଘରକୁ ଫେରିଛନ୍ତି। ସେଠାରେ ଦୁଇ ଦିନ କାମ କରିବା ପରେ ଶାଙ୍କ ଅର୍ଥ ମାଗିଥିଲା ।କିନ୍ତୁ ଗତ ୨୫ ତାରିଖରେ ଯୁବକମାନେ ଶାଙ୍ଖକୁ ଟଙ୍କା ନ ଦେଇ ମଦ ପିଆଇ ମାଡ ମାରି ଅଚେତ କରାଇ ଦେଇଥିଲେ।ଏହାପରେ ବାମ ଗୋଡ଼ ଓ ଡାହାଣ ହାତ ପାପୁଲି କାଟି ଦେଇଛନ୍ତି । ପରେ ଏକ ମେଡ଼ିକାଲରେ ଭର୍ତି କରି ୨ ଦିନ ଚିକିତ୍ସା କରାଇବା ପରେ ୩୦ ତାରିଖରେ ଗାଁରେ ଆଣି ଛାଡି ଦେଇ ଚାଲିଯାଇଛନ୍ତି । ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି। ସୂଚନା ଯୋଗ୍ୟ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଘଟଣା ଜାଣିବା ପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଏସପି ଜୟରାମ ଶତପଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଶାଙ୍କକୁ ନିଜ ଗ୍ରାମରୁ ଅଡବା ଥାନା ପୁଲିସ ନିଜ ଗାଡିରେ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ସେଠାରୁ ଜିଲ୍ଲା ପାଳ ଙ୍କ ନିର୍ଦେଶ ରେ ମୋହନା ବିଡ଼ିଓ ତପସ୍ପିନି ହାଂସଦା ଅଡବା ରୁ ଆମ୍ବୁଲେନ୍ସ ପଠାଇ ଆମ୍ବୁଲାନ୍ସ ଯୋଗେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେ ସୋମବାର ଦିନ ଅପରାହ୍ନରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ପ୍ରାଥମିକ ଚିକିତ୍ସା କରାଇବା ପରେ ଅଧିକା ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା କହିଛନ୍ତି। ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଓ ଅଡବା ଥାନା ଏସ ଆଇ ହୃଷୀକେଶ ପଣ୍ଡା, ଜୟକୃଷ୍ଣ ପାଣିଗ୍ରାହୀ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ଯ।ନ କରୁଛନ୍ତି। ଶାଙ୍କ ଓ ତାଙ୍କ ସ୍ତ୍ରୀ ଶୁସିଳା ମୁର୍ମୁ ଖଟିଖିଆ ,ମଜୁରିଆ ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ ମିଲି ମୁର୍ମୁ (୧୫)ଓ ପୁଅ ସିଲୁ ମୁର୍ମୁ (୧୩) ବର୍ଷା ମୂରୁମ୍ ବିବାହ କରି ନିଜ ଶାଶୁ ଘରେ ଅଛନ୍ତି। ଏଣୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ପୋଲିସ ପ୍ରଶାସନ ତଦନ୍ତ ଜାରି ରଖିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ