ବଲିଉଡର ହିନ୍ଦୁ ବିରୋଧୀ ମାନସିକତା

ମୁମ୍ବାଇ, (ଓ୍ବାଇଏନ୍ଏସ୍):ପଦାରେ ପଡି଼ଲା ବଲିଉଡର ହିନ୍ଦୁ ବିରୋଧୀ ମାନସିକତା । ଫିଲ୍ମ ଦେଖାଇବା ଆଳରେ ଖେଳୁଛନ୍ତି ଧର୍ମିୟ ଭାବନା ସହ । ଦିନକୁ ଦିନ ବଲିଉଡ ହେଉଛି ହିନ୍ଦୁ ବିରୋଧୀ । ଏହାର କାରଣ ବଲିଉଡର ନିର୍ମାଣ ହେଉଥିବା ଫିଲ୍ମ । ସେ କାହାଣୀ ହେଉଁ କିମ୍ବା ଚରିତ୍ର, ହିନ୍ଦୁ ଦେବାଦେବୀଙ୍କୁ ବିକୃତ ଚିତ୍ରଣ କରିବାର ଯେମିତି ଚାଲିଛି ପ୍ରତିଯୋଗୀତା । ଏବେ ରିଲିଜ ଅପେକ୍ଷାରେ ଥିବା ଫିଲ୍ମ ଆଦିପୁରଷ ତ ସୀମା ଟପିଯାଇଛି । ସିନେପ୍ରେମୀ ଏହି ଫିଲ୍ମର ଟିଜରକୁ ଉତ୍ସୁକତାର ସହ ଅପେକ୍ଷାରେ ଥିଲେ । କିନ୍ତୁ ଫିଲ୍ମର ଟିଜର ସାମ୍ନାକୁ ଆସିବା ପରେ ଫିଲ୍ମକୁ ନେଇ ବହୁତ ଲୋକଙ୍କର ଆଶା ତାସ ଘର ପରି ଭୂଷୁଡ଼ିପଡିଛି । କାରଣ ପ୍ରଥମ ଥର ପାଇଁ ଲୋକେ ରାବଣକୁ ଏପରି ରୂପରେ ଦେଖିବାକୁ ପାଉଛନ୍ତି ।ପ୍ରଥମ ଥର ପାଇଁ ରାବଣକୁ ପୁଷ୍ପପ ବିମାନ ବଦଳରେ ବାଦୁଡ଼ି ଉପରେ ସବାର ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଲଙ୍କାଧିପତିଙ୍କ ମସ୍ତକରେ ମୁକୁଟ ନାହିଁ । ଟ୍ରିମରରେ ଟ୍ରିମ୍ ହୋଇଥିବା ରାବଣର ଆଧୁନିକ କେଶ ଦେଖିବାକୁ ମିଳିଛି । ଆଉ ପ୍ରଥମ ଥର ପାଇଁ ରାବଣର ଏପରି ଦାଢି ଦେଖିବାକୁ ମିଳିଛି । କେବଳ ରାବଣ କାହିଁକି ଏହି ଟିଜରରେ ଯେଉଁ ହନୁମାନ ଚରିତ୍ରଙ୍କୁ ଦେଖିବାକୁ ମିଳିଛି ତାଙ୍କୁ ନେଇ ବି ବିବାଦ କିଛି କମ ନୁହେଁ । ଟ୍ରିମ୍ ହୋଇଥିବା କେଶ ସାଙ୍ଗକୁ ଦାଢ଼ୀ । ହନୁମାନଙ୍କର ଏହି ଲୁକକୁ ନେଇ ମଧ୍ୟ ହଙ୍ଗାମା ଛିଡ଼ା ହୋଇଛି । ଏଭଳି ସ୍ଥିତିରେ ଏହାକୁ ନେଇ ଆପତ୍ତି ଉଠିବା ସ୍ବାଭାବିକ ।କେବଳ ଏଇ ଗୋଟିଏ ସିନେମା ନୁହେଁ ଏମିତି ଅନେକ ହିନ୍ଦୀ ସିନେମା ରହିଛି ଯେଉଁଥିରେ ହିନ୍ଦୁ ଧର୍ମକୁ ନିଚା ଦେଖାଇବାକୁ ହୀନ ଉଦ୍ୟମ କରାଯାଇଛି । ଏ ଟ୍ରେଣ୍ଡ ଆରମ୍ଭ ହୋଇଥିଲା 80 ଦଶକରୁ । ଫିଲ୍ମରେ ଖଳନାୟକ ଚରିତ୍ରକୁ ବ୍ରାହ୍ମଣ କିମ୍ବା ପଣ୍ଡିତ ଭାବରେ ଇପସ୍ଥାପିତ କରିବା ତିଲକ ଚନ୍ଦନ ଲଗାଇ ହାତରେ ଖଣ୍ଡା ଓ ବନ୍ଧୁକ ସହ । ମଦ୍ୟପାନ କରି ଦେବା ସୀତାଙ୍କ ଚରିତ୍ରରେ ଅଭିନୟ କରିବା । ନିଶା ସେବନ କରି ହରେ କ୍ରିଷ୍ଣା ହରେ ରାମ ଭଳି ପବିତ୍ର ଭଜନକୁ ଅଶାଳୀନ କରିବା । ଖଳନାୟକଙ୍କ ନାଁ ହିନ୍ଦୁ ଦେବା ଦେବିଙ୍କ ନାମ ଅନୁସାରେ ଦେବା । ପ୍ରଭୁ ଗଣେଶଙ୍କ ଉପରେ ଅଶାଳୀନ ସଙ୍ଗୀତ ସହ ନୃତ୍ୟ ଦେଖାଇବା । ଦେବାଦେବୀଙ୍କ ନାମକୁ ବ୍ୟବହାର କରି ଫିଲ୍ମର ଅଶ୍ଳୀଳ ଟାଇଟଲ୍ ରଖିବା । ମିନି ସ୍କର୍ଟରେ ଭାରତ ମାତାଙ୍କୁ ଅସମ୍ମାନ କରିବା । କେତେବେଳେ ସେକ୍ସି ରାଧା ତ କେତେବେଳେ ସେକ୍ସି ଦୁର୍ଗା । ଟିକିଏ ସୁଯୋଗ ଛାଡେନି ବଲିଉଡ୍ ହିନ୍ଦୁ ଧର୍ମ ବିରୋଧୀ କଣ୍ଟେଣ୍ଟ୍ ଦେଖାଇବା ପାଇଁ । କେବଳ ସେତିକି ନୁହେଁ ବଲିଉଡର ନାମୀ ଅଭିନେତା ଅମୀର ଖାନଙ୍କ ଫିଲ୍ମ ପିକେରେ ଭଦବାନ ଶିବଙ୍କୁ ବିଦ୍ରୁପ କରି ପ୍ରଦର୍ଶିତ କରାଯାଇଥିଲା ଯାହାକୁ ନେଇ ସାରା ଦେଶରେ ନିଆଁ ଜଳିଥିଲା । ତେଣୁ ଅଭିଯୋଗ ଉଠିଛି ବଲିଉଡି ଜାଣିଶୁଣି ବାରମ୍ବାର ହିନ୍ଦୁଙ୍କ ଆସ୍ଥା ଓ ବିଶ୍ବସ ସହ ଖେଳୁଛି । ଏଠାରେ ପ୍ରଶ୍ନ ଉଠୁଛି କଳା ନାଁରେ ସ୍ବାଧୀନତାର ସୀମା ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି କି ? ଆର୍ଟିଷ୍ଟଙ୍କ ଫିଡମ ଅଫ ଏକ୍ସପ୍ରେସନ୍ ନାଁର ବଲିଉଡ କରୁନି କି ହିନ୍ଦୁ ଭାବନାକୁ ଆଘାତ ? ବଲିଉଡର ଏଭଳି ଆଣ୍ଟି ହିନ୍ଦୁ ମାନସିକତାରେ କେବେ ଲାଗିବ ଲଗାମ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ